*ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ*
ଦାମନଯୋଡି/ସୁନାବେଡ଼ା: କୋରାପୁଟ ଜିଲ୍ଲାରେ ଗଞ୍ଜେଇକୁ ନେଇ ବିଭିନ୍ନ ଖବରକାଗଜ ସର୍ବଦା ପୃଷ୍ଠା ମଣ୍ଡନ କରୁଥିବା ବେଳେ ଶନିବାର ଦିନ ସୁନାବେଡା ପୁଲିସ କୁ ଆଉ ଏକ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ ସୁନାବେଡା ପୁଲିସ ଶନିବାର ରାତିରେ ପାତ୍ରୋଲିଂ କଡ଼ାକଡ଼ି କରିଥିଲା । ସିମିଳିଗୁଡା ବ୍ଳକର ସାନ ବଡ଼ି ଗାଁ ଛକ ନିକଟରେ ଏକ ଗଞ୍ଜେଇ ବୋଝେଇ କାର ଜବତ କରିଛି । ସୂଚନାରୁ ପ୍ରକାଶ କି, ମାଛକୁଣ୍ଡ ରୁ ସିମିଳିଗୁଡା ଦେଇ କାର୍ ନଂ - ଓଡି ୦୨ ଏ ଏଲ ୦୮୦୧ ଯୋଗେ ଗଞ୍ଜେଇ ପୂର୍ଣ୍ଣ ଗାଡ଼ି ଯାଉଥିବା ସମୟରେ ସୁନାବେଡା ପୁଲିସ କିଛି ଦୂରରୁ ପିଛା କରିଥିଲା । ବଡ଼ ବଡ଼ି ଗାଁ ଛକ ନିକଟରେ ଗାଡ଼ି ଛାଡ଼ି ଚାଲାଣକାରୀ ଚମ୍ପଟ୍ ମାରିଥିଲେ । ଗଞ୍ଜେଇ ବୋଝେଇ କାର କୁ ପୁଲିସ ନିଜ ଅକ୍ତିଆରକୁ ନେଇ ଥାନାକୁ ଆଣିଥିଲେ । ବିଚାରପତି ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରେ ୨୮୩ କେଜି ଥିବା ଜଣା ପଡ଼ିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହାକୁ ନେଇ ସୁନାବେଡା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।