*ଜନଜାତୀୟ ଗୌରବ ବର୍ଷ ଅବସରରେ ଛାତ୍ର ଛାତ୍ରୀ ଙ୍କୁ କ୍ରୀଡ଼ା ଉପକରଣ ବଣ୍ଟନ*
ଦାମନଯୋଡି: ନାଲକୋ ଦାମନଯୋଡି କମ୍ପାନୀ ରେ କାର୍ଯ୍ୟରତ ଇଞ୍ଜିନିୟରସ ଇଣ୍ଡିଆ ଲିମିଟେଡ (ଇଆଇଏଲ) ପକ୍ଷରୁ ଜନଜାତି ଗୌରବ ଦିବସ ଅବସରରେ କୋରାପୁଟ ବ୍ଲକ ଡୁମୁରିପଦର ୟୁଜି ହାଇସ୍କୁଲ ର ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ କ୍ରୀଡ଼ା ଉପକରଣ ବଣ୍ଟନ କରାଯାଇଛି । ଏଥିରେ କ୍ରୀକେଟ,ଭଲିବଲ୍,ଫୁଟବଲ,ଚେସ, କ୍ୟରମ୍ ବୋଡ ଆଦି ଉପକରଣ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ଲଲାଟେନ୍ଦୁ ସ୍ବାଇଁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଇଆଇଏଲ ର ଦାମନଯୋଡି ମୁଖ୍ୟ ମନିଶ କୁମାର ମିଶ୍ର (ଆରସିଏମ) ଏବଂ ଅନୁଜ କୁଜୁର ଛାତ୍ର ଛାତ୍ରୀ ଙ୍କୁ କ୍ରୀଡ଼ା ଉପକରଣ ବଣ୍ଟନ କରିଥିଲେ। ଏହି ବର୍ଷ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନେତୃତ୍ୱରେ ଆଦିବାସୀ ସମାଜର ସାହସୀ ନାୟକ, ସେମାନଙ୍କ ସଂସ୍କୃତି ଏବଂ ଅବଦାନକୁ ସମ୍ମାନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି।