logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ଦିବ୍ୟ ରଥ ର ଚକ ବିକ୍ରି ନିମନ୍ତେ ଏସ ଓ ପି ଜାରି : ପୁରୀ

ଶ୍ରୀ ଜଗନ୍ନାଥ ଧାମ ନିବାସୀ,କୋଟି ବ୍ରହ୍ମାଣ୍ଡ ଠାକୁରଙ୍କ ପବିତ୍ର ରଥ ଯାତ୍ରା ସମ୍ପନ୍ନ ପରେ ରୀତିନୀତି ଅନୁଯାୟୀ ରଥ କୁ ଖୋଲାଯାଇଥାଏ,
ପରବର୍ତ୍ତୀ ସମୟରେ ରଥ ଗୁଡ଼ିକର ବିଭିନ୍ନ ଭାଗ କୁ ସର୍ବସାଧାରଣ ଙ୍କ ନିମନ୍ତେ ଉପଲବ୍ଧ କରାଯାଏ, ମହାପ୍ରଭୁଙ୍କ ଶ୍ରୀମନ୍ଦିର କାର୍ଯ୍ୟଳୟ ନୀତିନିୟମ ମୂତାବିକ ନିର୍ଦ୍ଧାରିତ ମୂଲ୍ୟ ଲଗାଇବା ପରେ ଆଗ୍ରହୀ ଭକ୍ତ, ଅନୁଷ୍ଠାନ ଦର ପୈଠ କରି ସୌଭାଗ୍ୟ କରନ୍ତି।
ଆଦାୟ ଅର୍ଥ ରାଶି ମହାପ୍ରଭୂଙ୍କ ବିଭିନ୍ନ ପର୍ବପର୍ବାଣୀ ରେ ଖର୍ଚ୍ଚ କରାଯାଏ, ତଥ୍ୟ ଆଧାରରେ ଚଳିତ ମାସ ୧୦ ନଭେମ୍ବର ମଧ୍ୟରେ ଆବେଦନ ସମୟସୀମା ରହିଛି, ଶ୍ରୀ ବଳଭଦ୍ର ପ୍ରଭୁଙ୍କ ରଥ ଚକ ( ୧ ଟି) ୨ଲକ୍ଷ, ମା ସୁଭଦ୍ରା ଙ୍କ ରଥ ଚକ ୧.୫ ଲକ୍ଷ, ଶ୍ରୀ ଜଗନ୍ନାଥ ଙ୍କ ରଥ ଚକ ୩ଲକ୍ଷ ଟଙ୍କା ମୂଲ୍ୟ ରହିଛି, ଇଛୁକ ଭକ୍ତ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟଳୟ ସହ ଯୋଗାଯୋଗ କରି ସମସ୍ତ ପ୍ରକାର ସହାୟତା ନେଇପାରିବେ.

55
843 views

Comment