logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଳାହାଣ୍ଡି ଜିଲ୍ଲା ଜୟପାଟଣା ରେ ବୁଲା କୁକୁର ର ଆତଙ୍କ

କଳାହାଣ୍ଡି ଜିଲ୍ଲା ଜୟପାଟନା ଅଞ୍ଚଳରେ ଗତ କିଛି ଦିନ ଧରି ରାସ୍ତାରେ ଅନେକ ବୁଲା କୁକୁର ଦେଖାଯାଉଛି। ବିଶେଷକରି ରାତି ସମୟରେ ସେମାନେ ଦଳେ ଦଳେ ରାସ୍ତାରେ ଘୁରୁଥାନ୍ତି, ଯାହାର ଫଳରେ ଲୋକମାନେ ଏକାକି ବାହାରିବାରେ ଭୟଭୀତ ହେଉଛନ୍ତି।
ବଜାର ଅଞ୍ଚଳରେ ମଧ୍ୟ ଏହି କୁକୁରମାନେ ଘୁରୁଥିବାରୁ ଅନେକ ଦିନ ଧରି ଛୋଟ ଛୋଟ ଦୁର୍ଘଟନା ଘଟୁଛି। ଲୋକମାନେ କହୁଛନ୍ତି, ପ୍ରଶାସନ ଯଦି ସମୟରେ ପଦକ୍ଷେପ ନେଇନାହିଁ, ତେବେ ଏହି ସମସ୍ୟା ଆଉ ବେଶି ଗୁରୁତର ହେବ।
ସ୍ଥାନୀୟ ଲୋକମାନେ ଆବେଦନ କରିଛନ୍ତି ଯେ, ସରକାର ଓ ପଞ୍ଚାୟତ ପ୍ରଶାସନ ଏହି ଅସୁବିଧା ପ୍ରତି ଶୀଘ୍ର ଧ୍ୟାନ ଦିଅନ୍ତୁ ଏବଂ ରାସ୍ତାରେ ଥିବା ଏହି କୁକୁରମାନଙ୍କୁ ନିୟନ୍ତ୍ରଣ କରି ଲୋକମାନଙ୍କ ନିରାପତ୍ତା ସୁନିଶ୍ଚିତ କରନ୍ତୁ।

62
1668 views

Comment