logo

ବାତ୍ୟା ମୋନ୍ଥା କୁ ନେଇ ସତର୍କ ଜାରି କଲେ ଇନ୍ଦାବତୀ କର୍ତ୍ତୃପକ୍ଷ |

ବାତ୍ୟା ମୋନ୍ଥା ପ୍ରଭାବରେ ଜୟପାଟଣା ଅଞ୍ଚଳରେ ବର୍ତ୍ତମାନ ଅନେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗତୁରା ବିଭିନ୍ନ ପଦକ୍ଷେପ ନେବା ସହ ଲୋକଙ୍କୁ ସତର୍କ କରାଯାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳସ୍ତର ସର୍ବାଧିକ ୬୪୨ ମିଟର
ରୁ ବର୍ତ୍ତମାନ ୬୪୦.୯୦ ମିଟର ରହିଥିବା ସମ୍ଭାବ୍ୟ ବାତ୍ୟା ମୋନ୍ଥା କୁ ନେଇ ମଙ୍ଗଳପୁର ହାତୀ ବ୍ୟାରେଜରୁ ଜଳ ନିଷ୍କାସନ ପାଇଁ ନଦୀ କୂଳରେ ଅବସ୍ଥିତ ଗାଁ ମାନଙ୍କ ଲୋକଙ୍କୁ ଇନ୍ଦ୍ରାବତୀ ପ୍ରକଳ୍ପ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ତଥା ସରପଞ୍ଚ ମାନଙ୍କୁ ମଧ୍ୟ ଅଗବତ କରାଯାଇଛି।ସୂଚନା ଅନୁଯାୟୀ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ୮୯ ପ୍ରତିଶତରୁ ଉର୍ଦ୍ଧ୍ବ ଜଳ ରହିଛି। ଯଦି ବର୍ଷା ହୁଏ ଓ ଜଳ ସ୍ତରଗ ବୃଦ୍ଧି ହୁଏ ତେବେ ହାତୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବାର ଯୋଜନା ରହିଛି।

38
8900 views