
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରବଚନ ବର୍ଷା ରେ ବି ଶୁଣିଲେ ଭକ୍ତଗଣ
(ନିରାକାରପୁର ରାମଦୟା ପରିଷଦ ୪୩ ତମ ବାର୍ଷିକ ଅଧିବେଶନ )
ଖୋର୍ଦ୍ଧା,୨୮.୧୦.୨୫ : ଖୋର୍ଦ୍ଧା ଜ଼ିଲ୍ଲାର ପ୍ରାଚୀନ ଧର୍ମାନୁଷ୍ଠାନ ନିରାକାରପୁର ସ୍ଥିତ ଶ୍ରୀରାମ ଦୟା ପରିଷଦ ର ୪୩ ତମ ବାର୍ଷିକ ଅଧିବେଶନ ରେ ଚତୁର୍ଥ ଦିବସ ରେ ପ୍ରସଙ୍ଗ 'ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ ବନଗମନ ଓ କେବଟ ପ୍ରେମ ' ପ୍ରସଙ୍ଗ ମାନସ ରାଜହଂସ ପଣ୍ଡିତ ନାରାୟଣ ଦାଶ ଓ ଆଡ଼ଭୋକେଟ ଡକ୍ଟର ଗଣେଶ୍ୱର ସ୍ୱାଇଁ ବକ୍ତା ଭାବେ ରାମକଥା ଅତି ସୁନ୍ଦର ଭାବେ ପ୍ରବଚନ ଦେଇଥିଲେ l ଟାଙ୍ଗୀ ତହସିଲ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସନାତନ ମଲିକ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନ ଦୀର୍ଘ ବର୍ଷ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ଭୂୟଂସୀ ପ୍ରଶଂସା କରିବା ସହ କର୍ମକର୍ତlମାନଙ୍କୁ ସାଧୁବାଦ ଜଣାଇଥିଲେ l ମଞ୍ଚ ପରିଚାଳନା କରିଥିଲେ ପୂର୍ବତନ ଅଧକ୍ଷ ଡ଼ ସଞ୍ଜୟ କୁମାର ମହାପାତ୍ର l ପ୍ରତିକୂଳ ପାଗ ସତ୍ୱେ ବର୍ଷା ରେ ମଧ୍ୟ ଭକ୍ତଗଣ ପ୍ରବଚନ ଶୁଣିବାକୁ ଉପସ୍ଥିତ ଥିଲେ l ଏହି ରାମକଥା ଶ୍ରବଣ ସହ ପ୍ରଭୁକୃପା ଲାଭ କରିବାପାଇଁ ଅଂଚଳବାସୀ ଙ୍କୁ ପରିଷଦ ର ବରିଷ୍ଠ ସଭ୍ୟ ପ୍ରକାଶ କୁମାର ଦାଶ ଅନୁରୋଧ କରିଛନ୍ତି l ଆଜି 'ଭରତଙ୍କ ଚିତ୍ରକୂଟ ଗମନ' ପ୍ରବଚନ ପ୍ରସଙ୍ଗ ରହିଛି ବୋଲି ସୂଚନା ଓ ଗଣମାଧ୍ୟମ ଦାୟିତ୍ୱ ରେ ଥିବା ଦୀପକ ପ୍ରଧାନ ଙ୍କ ଠାରୁ ସୂଚନା ମିଳିଛି l
Write Your Comment...