ବିୟୋଗ ଶିକ୍ଷକ ପରିବାର କୁ ଭେଟି ସହାୟତା ପ୍ରଦାନ କଲେ ସାନହୁଲା ସର୍କଲ ଶିକ୍ଷକ ସଂଘ ।
ଅନୁଗୋଳ (କରୁଣାକର ନାୟକ)୨୧/୧୦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କିସିନ୍ଦା ଗ୍ରାମର ବଳରାମ ବେହେରା ଆଠମଲ୍ଲିକ ବ୍ଲକ ସାନହୁଲା ସର୍କଲ ଘୋଡ଼ାବାନ୍ଧୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷକତା କରୁଥିଲେ । ଗତ ତା ୧୫/୧୦/୨୫ ରିଖରେ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଖବର ପାଇ ସାନହୁଲା ସର୍କଲ ଶିକ୍ଷକ ସଂଘ ର କର୍ମକର୍ତ୍ତା ଗଣ ତା ୨୦/୧୦/୨୫ ରିଖରେ ସ୍ବର୍ଗତ ବେହେରାଙ୍କ ବାସ ଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସଂଘ ପକ୍ଷରୁ ୧୦,୦୦୦/ ଟଙ୍କା ସହାୟତା ପ୍ରଦାନ କରିବା ସହିତ ସ୍ବର୍ଗତ ବେହେରାଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁଙ୍କ ଠାରେ ଅନ୍ତର ଭାରା ପ୍ରାର୍ଥନା କରିଥିଲେ । ଏଥିରେ ସଂଘର ସଭାପତି ନୃସିଂହ ଚରଣ ନାୟକ ସମ୍ପାଦକ ବିଜୟ କୁମାର ପ୍ରଧାନ , ସଭ୍ୟ ଶ୍ରୀ ପ୍ରବୀଣ କୁମାର ସାହୁ , ପ୍ରମୋଦ କୁମାର ପ୍ରଧାନ , ବିଜୟ କୁମାର ନାୟକ , ବସନ୍ତ କୁମାର ବାରିକୀ, ତରୁଣ କୁମାର ପ୍ରଧାନ ପ୍ରମୁଖ ତାଙ୍କ ବାସ ଭବନ ରେ ଉପସ୍ଥିତ ରହି ଶୋକାକୁଳ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି ।