logo

ଦାମନଯୋଡ଼ିରେ ଦୀପାବଳି ଓ କାଳୀପୂଜା

ଦାମନଯୋଡ଼ି,୨୧/୧୦:ପବିତ୍ର ଦୀପାବଳି ଓ କାଳୀପୂଜା ସୋମବାର ଦାମନଯୋଡ଼ିରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି।ଲୋକମାନେ ନିଜନିଜ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ସଫାସୁତୁରା କରି ସ୍ୱତନ୍ତ୍ର ଆଲୋକମାଳାରେ ସଜାଇଥିଲେ ଓ ଆତସବାଜିର ମଜା ନେଇଥିଲେ।ପୟାଶ୍ରାଦ୍ଧ ଅବସରରେ ବହୁଲୋକ ବଡ଼ବଡ଼ିଆ ଡାକ ଓ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିଥିଲେ।ମା'ଶ୍ୟାମାକାଳୀଙ୍କ ପୂଜା ଅବସରରେ ଦାମନଯୋଡ଼ିର ଆରାଧ୍ୟା ଦେବୀ ମାଁ'କଣ୍ଟା ବାଉଁଶୁଣୀଙ୍କ ପୀଠ ଓ ମାଥାଲପୁଟ ମାର୍କେଟ ସ୍ଥିତ ମା'ଭଦ୍ରକାଳୀଙ୍କ ଅସ୍ଥାୟୀ ମନ୍ଦିରରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା।ମା'ଭଦ୍ରକାଳୀଙ୍କ ମନ୍ଦିରରେ ପିଙ୍କୁ ଦାଶ ପୂଜାକାର୍ଯ୍ୟ କରିଥିବା ବେଳେ ଧର୍ମପଦ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ମା'ଭଦ୍ରକାଳୀ ପୂଜା କମିଟି ସଦସ୍ୟ ପରିଚାଳନା କରିଥିଲେ।ନାଲକୋ ଟାଉନସିପ ସେକ୍ଟର ୩ ଓ ସେକ୍ଟର ୧ ମଣ୍ଡପରେ ମା'ଙ୍କ ମଧ୍ୟରାତ୍ର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଥିଲା।ଆକର୍ଷଣୀୟ ତୋରଣ,ସୁନ୍ଦର ଆଲୋକସଜ୍ଜା,ମା'ଙ୍କ ମନଲୋଭା ସୁନ୍ଦର ମୃଣ୍ମୟ ମୂର୍ତ୍ତି ଓ ପୂଜା ଦେଖିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ମା'ଙ୍କ ଘଟ ଆମନ୍ତ୍ରଣ ସହିତ ମଧ୍ୟ ରାତ୍ରରେ ଚକ୍ଷୁ ଦାନ,ଷୋଡ଼ଶ ଉପଚାର ପୂଜା,ଚଣ୍ଡୀ ପାଠ ଓ ଭୋର ପୂର୍ବରୁ ଘଟ ବିସର୍ଜନ ଆଦି ନୀତି ଅନୁଷ୍ଠିତ ହୋଇଥିଲା।ସେକ୍ଟର ୧ ଓ ୨ ସାର୍ବଜନୀନ ମା'ଦୁର୍ଗା ଓ କାଳୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ପୂଜାରେ ପୂଜକ ପ୍ରତାପ ଚନ୍ଦ୍ର ପାଢ଼ୀ,ସୁଧାଂଶୁ ଶେଖର ତ୍ରିପାଠୀ,ଦେବୀ ସନ୍ତୋଷ ମିଶ୍ର ଓ ତପନ କୁମାର ମିଶ୍ର ପୂଜାନୀତି ସମ୍ପନ୍ନ କରିଥିଲେ। କମିଟି ସଭାପତି ଧୀରେନ୍ଦ୍ର କୁମାର ବେହେରା ଓ ପତ୍ନୀ କାମିନୀ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ଏଠାରେ ବିଭିନ୍ନ ଦିବସରେ ସହସ୍ର ଦୀପଦାନ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମୂହ ବନ୍ଦାପନା ଆଦି କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି।ସେକ୍ଟର ୩ରେ ବରିଷ୍ଠ ପୂଜକ ପଣ୍ତିତ ପ୍ରଦୀପ ରଞ୍ଜନ ମିଶ୍ର,ଆଚାର୍ଯ୍ୟ ଅମର କୁମାର ଦାଶ ଓ ମନୋରଞ୍ଜନ ତ୍ରିପାଠୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଚିତ୍ତରଞ୍ଜନ ରାୟ ଓ ପତ୍ନୀ ତପସ୍ଵିନୀ ରାଉତରାୟ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ।ବିଭିନ୍ନ କାର୍ଯ୍ୟକ୍ରମ ସହ ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଥିଲା।

73
3741 views