ପବ୍ଲିକ ରାଇଟ ଆସୋସିଏସନ ତରଫରୁ ବସ୍ତ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡିଶା,ତା୧୮/୧୦/୨୫(ଶନିବାର)
ପବ୍ଲିକ ରାଇଟ ଆସୋସିଏସନ ତରଫରୁ ବସ୍ତ୍ରଦାନ କାର୍ଯ୍ୟକ୍ରମ ଦାମନଯୋଡି:-୧୮/୧୦ କୋରାପୁଟ ବ୍ଲକ ପବ୍ଲିକ ରାଇଟ ଆସୋସିଏସନ ତରଫରୁ କୁରୁମୁଲ ଅଞ୍ଚଳରେ ବସ୍ତ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଆସୋସିଏସନର ସଭାପତି ତେଜେଶ୍ୱର ପାତ୍ର, ବିଶିଷ୍ଟ ସମାଜସେବୀ ଓ କଣ୍ଟ୍ରାକ୍ଟର ସଦାନନ୍ଦ ସାହୁ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡ.ଅଶୋକ କୁମାର ମହାନ୍ତି ଅଂଶଗ୍ରହଣ କରି ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ ।ବର୍ଷର ବିଭିନ୍ନ ସମୟରେ ପବ୍ଲିକ ରାଇଟ ଆସୋସିଏସନ ତରଫରୁ କୋରାପୁଟ ବ୍ଲକର ଉପାନ୍ତ ଅଞ୍ଚଳମାନଙ୍କରେ ସେବାକାର୍ଯ୍ଯ, ବସ୍ତ୍ରଦାନ ଓ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥାଏ ।ସମାଜରେ ଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆଗାମୀ ଦିନରେ କରାଯିବ ବୋଲି ସଭାପତି ତେଜେଶ୍ୱର ପାତ୍ର ପ୍ରକାଶ କରିଛନ୍ତି ।