logo

ସି ଏସ ଆଇ ଆର ଖଣିଜ ବସ୍ତୁ ଓ ପ୍ରଯୁକ୍ତି ସଂସ୍ଥାନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ, ୮୪ ୟୁନିଟ ରକ୍ତ ସଂଗ୍ରହ

ସି ଏସ ଆଇ ଆର୍ ଖଣିଜ ବସ୍ତୁ ଏଵଂ ପ୍ରଯୁକ୍ତି ସଂସ୍ଥl ପକ୍ଷରୁ ବିରାଟ ରକ୍ତଦାନ ଶିବିର ଆୟୋଜିତ, ୮୪ ୟୁନିଟ ରକ୍ତ ସଂଗୃହିତ।


ଭୁବନେଶ୍ଵର;- ତା ୧୭.୧୦.୨୦୨୫ରିଖରେ ସି ଏସ ଆଇ ଆର୍ ଖଣିଜ ବସ୍ତୁ ଏଵଂ ପ୍ରଯୁକ୍ତି ସଂସ୍ଥାନ ଓ ଓଡ଼ିଶା ରକ୍ତଦାତା ମହାସଂଘଙ୍କ ମିଳିତ ଉଦ୍ୟୋଗରେ ରକ୍ତଦାନ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳନ ଅବସରରେ ଆଜି ପୁରୁଣା ଆର୍ ଆର୍ ଏଲ,ଆଚାର୍ଯ୍ୟ ବିହାର,ଭୁବନେଶ୍ୱର ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସି ଏସ ଆଇ ଆର୍, ଆଇ ଏମ ଏମ୍ ଟିର ନିର୍ଦ୍ଦେଶକ ଡ଼ଃ ରାମାନୁଜ ନାରାୟନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟିବା ସହ ନିଜେ ପ୍ରଥମେ ରକ୍ତଦାନ କରି ଶିବିର ଉଦ୍ଘାଟନ କରିବା ଅବସରରେ, ରକ୍ତର କୌଣସି ବିକଳ୍ପ ନାହିଁ, ଏହା ଜଣେ ଦାନ କଲେ ଅନ୍ୟଜଣେ ପାଇଥାଏ, ରକ୍ତଦାନ କରିବା ଦ୍ଵାରା ଆମର ବହୁତ ଫାଇଦା ହେବା ସହ ତିନିଜଣଙ୍କର ଜୀବନ ରକ୍ଷା ହୋଇଥାଏ ବୋଲି ନୂତନ ରକ୍ତଦାତାଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ କୁମାର ଦାଶ ପ୍ରସାସନିକ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ନିଜେ ରକ୍ତଦାନ ପୂର୍ବକ ଉକ୍ତ ଶିବିରକୁ ମୁଖ୍ୟ ଅତିଥିଙ୍କ ସହ ଉଦଘାଟନ କରିଥଲେ। ସି ଏସ ଆଇ ଆର୍ ଖଣିଜ ବସ୍ତୁ ଏଵଂ ପ୍ରଯୁକ୍ତି ସଂସ୍ଥାନ ଷ୍ଟାଫ କ୍ଲବ ର ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ ଓଡ଼ିଶା ରକ୍ତଦାତା ମହାସଂଘର ସଂପାଦକ ଅକ୍ଷୟ ରାଉତ ଓ ମୀନକେତନ ସାହୁ ଓ ରାଜେଶ ନାୟକ ଏହି ଶିବିର ପରିଚାଳନା କରିଥିଲେ। ପ୍ରଥମ ଥର ପାଇଁ ଏଫ୍ ବି ଡି ଓ ଓ ଦ୍ୱାରା ଭୁବନେଶ୍ୱର ସ୍ଥିତ ଏମ୍ସ ରକ୍ତ କେନ୍ଦ୍ର ଦ୍ୱାରା ଆଉଟ୍ ଡୋର କ୍ୟାମ୍ପ ଆର୍ ଆର୍ ଏଲ କ୍ୟାମ୍ପସରେ ଅନୁଷ୍ଠିତ ହୋଇ ଯାଇଛି। ଏମ୍ସ ତରଫରୁ ଡ଼ାଃ କାର୍ତ୍ତିକ ଓ ଡ଼ାଃ ରେବତୀ ମେନନ,ଅଶ୍ୱିନ ବlହୁବଳେନ୍ଦ୍ର (୩୭ ୟୁନିଟ ) ରକ୍ତ ସଂଗ୍ରହ କଲାବେଳେ ଓ କଟକ ସ୍ଥିତ କେନ୍ଦ୍ରୀୟ ରେଡ କ୍ରସ୍ ବ୍ଲଡ ସେଣ୍ଟର ଅଧିକାରୀ ଡ଼ାଃ କନକ ଦେଇ ଏଵଂ ତାଙ୍କ ଟିମ ବିଜୟଲକ୍ଷ୍ମୀ ଓ ସାଥୀମାନେ(୪୭ୟୁନିଟ )ରକ୍ତସଂଗ୍ରହ୍ କରିଥିଲେ। ଉକ୍ତ ଶିବିରରୁ ସର୍ବମୋଟ ୮୪ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ପରିଶେଷରେ କଟକ ସ୍ଥିତ କେନ୍ଦ୍ରୀୟ ରେଡ କ୍ରସ୍ ବ୍ଲଡ ସେଣ୍ଟର ତତଫରୁ ଆଇ ଏମ ଏମ୍ ଟିର ବିଭାଗୀୟ ମୁଖ୍ୟଙ୍କ ତତଫରୁ ପ୍ରଦ୍ୟୁମ୍ନ କୁମାର ଦାଶ ସାରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା। ଉକ୍ତ ଶିବିର ନିମନ୍ତେ ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା। ସେବା ପକ୍ଷରେ ଏଫ୍ ବି ଡି ଓ ଓ ର ଆବେଦନ ରକ୍ଷା କରି ଆଇ ଏମ ଏମ୍ ଟି ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯକାରୀ ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ସି ଏସ ଆଇ ଆର୍, ଆଇ.ଏମ୍
.ଏମ.ଟିର ଏହି ମହନୀୟ ଉଦ୍ୟମ ପାଇଁ ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି।

34
2298 views