logo

ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକ ଶବ ଉଦ୍ଧାର ଢେ଼ଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବଣସିଂ ପଞ୍ଚାୟତ ଭୁଇଁପୁର ଗ୍ରାମ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ରୁ ଆଜି ଜଣେ ଯୁବକ

ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକ ଶବ ଉଦ୍ଧାର

ଢେ଼ଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବଣସିଂ ପଞ୍ଚାୟତ ଭୁଇଁପୁର ଗ୍ରାମ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ରୁ ଆଜି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି । କଟକ ଜିଲ୍ଲା ଆଠଗଡ଼ ମେଡିକାଲ ଛକର ଯୁବକ ଗ୍ୟାନେଶ ଦାସ ବୟସ ୨୨ ପିତା ରମେଶ ଦାସ ନିଜ ସମ୍ପର୍କୀୟଙ୍କ ଘର ଭୁଇଁପୂର ଗ୍ରାମକୁ ବୁଲିବାକୁ ଆସିଥିବା ବେଳେ ଆଜି ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୁ ଗାଧେଇବାକୁ ଯାଇଥିଲେ ।ତେବେ ଅନେକ ସମୟ ବିତି ଯିବାପରେ ମଧ୍ୟ ଘରକୁ ନ ଫେରିବାରୁ ସମ୍ପର୍କୀୟ ମାନେ ଖୋଜା ଖୋଜି ଆରମ୍ଭ କରିବା ସହିତ ଅଘଟଣ ସନ୍ଦେହ କରି ଦମକଳ ବାହିନୀ କୁ ଖବର ଦେଇଥିଲେ । ଗଁନ୍ଦିଆ ଦମକଳ ବାହିନୀ ଏବଂ ଭୁବନ ଦମକଳ ବାହିନୀ ମିଳିତ ଭାବରେ ନଦୀରେ ଖୋଜା ଖୋଜି କରିବାପରେ ମଧ୍ୟ ଗ୍ୟାନେଷ ଙ୍କର କୌଣସି ପତା ମିଳିନଥିଲା । ୧୬ ତାରିଖ ଦିନ ନୀଳକଣ୍ଠପୁର ଘାଟ ଓଡ୍ରାଫ ଟିମ୍ ଉଦ୍ଧାର କରିଥିବା ସୂଚନାରୁ ଜଣାପଡ଼ିଛି । ଭୁବନ ପୁଲିସ ଶବ ବ୍ଯବଛେଦ କରିବାକୁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

4
175 views