logo

ପଞ୍ଚାୟତ ସ୍ତରୀୟ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଉଦଯାପିତ

ଭୁବନେଶ୍ୱର, 16.20.25 : ଖୋର୍ଦ୍ଧା ଜ଼ିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ନିରାକାରପୁର ଓ ନୂଆଗଡ ଗ୍ରାମ ପଞ୍ଚାୟତ ଠାରେ ଦୁଇଟି ପୃଥକ୍ ପୃଥକ୍ ପଞ୍ଚାୟତ ସ୍ତରୀୟ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିର ଗୁଡିକରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ କର, ବାଲୁଗାଁ,ଉଭୟ ଗ୍ରାମ ର ସରପଞ୍ଚ ଓ ସରପଞ୍ଚ ଙ୍କ ପ୍ରତିନିଧି, ସମିତି ସଭ୍ୟ, ୱାର୍ଡ ମେମ୍ବର, ଟ୍ରେଡ ୟୁନିଅନ ପ୍ରତିନିଧି, ନିଯୁକ୍ତି ଦାତା/ଠିକାଦାର ଯୋଗ ଦେଇଥିଲେ। ପ୍ରାୟ ୨୦୦ ରୁ ଅଧିକ ଲେଖାଏ ଶ୍ରମିକ ତଥା ଅଞ୍ଚଳବାସୀ ଉପସ୍ଥିତ ଥିଲେ ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଶ୍ରମିକ ମାନଙ୍କ ପାଇଁ ଥିବା କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ସଚେତନ କରାଯିବା ସହ ଆନ୍ତଃରାଜ୍ୟ ଶ୍ରମିକ ତଥା ଦେଶ ବାହାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଆଇନ ରେ ଥିବା ପ୍ରାବଧାନଶ ସମ୍ପର୍କରେ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣକାରି ମାନଙ୍କୁ ଲିଫଲେଟ ବଣ୍ଟନ କରିବା ସହ ସଚେତନ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ବାଲୁଗାଁ ଶ୍ରମ କାର୍ଯ୍ୟଳୟ ର କର୍ମଚାରୀ ନଗେନ୍ଦ୍ର ରାଉତ ଓ ପ୍ରଶନ୍ନ କୁମାର ସ୍ଵାଇଁ ସହଯୋଗ କରିଥିଲେ।

47
1256 views