logo

ତାରାତାରିଣୀ ମହାବିଦ୍ୟାଳୟରେ ଜାତୀୟ ପୋଷଣ ମାସ-୨୦୨୫ ପାଳନ।


ଗଞ୍ଜାମ ଜିଲ୍ଲା -ପୁରୁଷୋତ୍ତମପୁର: ତା-୧୬/୧୦/୨୫ରିଖ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ସ୍ୱାଗତିକା ଦାଶ ସହ ଆଇସିସି ଓ ଶକ୍ତିଶ୍ରୀ ସଂଯୋଜୀକା ଶ୍ରୀମତୀ ନମ୍ରତା ମିଶ୍ରଙ୍କ ମିଳିତ ଆନୁକୁଲ୍ୟରେ ଜାତୀୟ ପୋଷଣ ମାସ - ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାରାଣି ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷା ଶ୍ରୀମତୀ ପତ୍ର ନିଜର ଅଭିଭାଷଣରେ ,ପୋଷଣ,କୁପୋଷଣ,ମେଦବହୁଲତା ଏବଂ ରକ୍ତ ହୀନତା ସବନ୍ଧରେ ବକ୍ତବ୍ୟ ରଖିଥିବା ବେଳେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ତଥା ଶକ୍ତିଶ୍ରୀ ସଂଜୋଜିକା ଶ୍ରୀମତୀ ନମ୍ରତା ମିଶ୍ର ଏଲ୍ଇଡି ମାଧ୍ୟମରେ ମେଦବହୁଲତା ଓ ରକ୍ତହୀନତା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିରେ ଶକ୍ତିଶ୍ରୀ ସହ ସଞ୍ଜୋଜିକା ଶ୍ରୀମତୀ ସୁଜାତା କୁମାରୀ ଦାଶ ଉପସ୍ଥିତ ରହିଥିବାବେଳେ ଶ୍ରୀମତୀ ରୀତାଞ୍ଜଳି ସାହୁ ସହଯୋଗ କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ପରିଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପିକା ସୁଶ୍ରୀ ମୀନାକ୍ଷୀ ଦାଶ ଧନ୍ୟବାଦ୍ ପ୍ରଦାନ କରିଥିଲେ।

54
1545 views