logo

ହସ,ଯୋଗ ଓ ବ୍ୟାୟାମ କେନ୍ଦ୍ରର ଗର୍ବ ଓ ଗୌରବ ଶ୍ରୀ ସତ୍ୟବାଦୀ ମହାରଣା !


ଗଞ୍ଜାମ ଜିଲ୍ଲା-ବ୍ରହ୍ମପୁର,ତା ୧୫-୧୦-୨୫
ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରର ବରିଷ୍ଠ ସଦସ୍ୟ ତଥା କଳା, ସଂସ୍କ୍ରୁତି, ସ୍ଥପତି, ମଂଚ ଓ ସିନେ କଳାକାର, ସମାଜ ସଂସ୍କାର ତଥା ବହୁବିଧ ପ୍ରତିଭାର ଅଧିକାରୀ ଶ୍ରୀ ସତ୍ୟବାଦୀ ମହାରଣାଙ୍କୁ ଗଂଜାମ ଜିଲ୍ଲା ପ୍ରଶାସନଙ୍କ ତରଫରୁ ଗତ ୧-୧୦-୨୫ ତାରିଖରେ ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅବସରରେ ବ୍ରହ୍ମପୁର ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହି ପରିପ୍ରେକ୍ଷୀରେ ଆଜି ହସ ଯୋଗ,ବ୍ଯାୟାମ କେନ୍ଦ୍ରରେ ଶ୍ରୀ ମହାରଣାଙ୍କୁ ସମ୍ବର୍ଦ୍ଧନା ଜଣାଈବା ପାଈଁ ଏକ କାର୍ଯ୍ଯକ୍ରମ ହୋଇଥିଲା ।ପ୍ରାରମ୍ଭରେ ମଂଚ ସଭାପତି ପ୍ରଫେସର ଭାସ୍କର ପାଢ଼ୀ ଶ୍ରୀ ମହାରଣାଙ୍କ ଜୀବନୀ ଉପରେ ଆଲୋକପାତ କରି ତାଙ୍କୁ ମିଳିଥିବା ମାନପତ୍ରଟିକୁ ସମସ୍ତ ସମ୍ମୁଖରେ ପାଠ କରାଈଥିଲେ । ସଂଘ ତରଫରୁ ସଂପାଦକ ଶ୍ରୀ ସୁରେଶ ଜେନା ଶ୍ରୀ ମହାରଣାଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ତା ପରେ ସଭାପତି ପ୍ରଫେସର ଡଃ ପାଢ଼ୀ, କେଷାଧ୍ଯକ୍ଷ ଶ୍ରୀ ପ୍ରଫୁଲ୍ଳ ପାତ୍ର, ମନୋଜ କୁମାର ଖାଡଙ୍ଗା, କୁମୁଦ ଚନ୍ଦ୍ର ବେହେରା ଓ ସୂର୍ଯ୍ୟ ନାରାୟଣ ମହାନ୍ତି ବ୍ୟକ୍ତିଗତ ହିସାବରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ସଭାପତି ପ୍ରଫେସର ପାଢ଼ୀ ଶ୍ରୀ ମହାରଣା ହସ,ଯୋଗ ଓ ବ୍ୟାୟାମ କେନ୍ଦ୍ର ପାଈଁ ଏକ ଗର୍ବ ଓ ଗୌରବ ବୋଲି ମତବ୍ଯକ୍ତ କରି ତାଙ୍କର ଆଗାମୀ ଜୀବନ ସୁଖମୟ, ନିରୋଗ ଓ ଆନନ୍ଦ ମୟ ହେବା ପାଈଁ ଭଗବାନଙ୍କ ଠାର ପ୍ରାର୍ଥନା କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ସର୍ବଶ୍ରୀ ଶିବରାମ ପାଣାଗ୍ରାହି, ଜଗନ୍ନାଥ ଦାସ, ଅଭିମନ୍ୟୁ ମହାରଣା ଓ ମହାନ୍ତି, ସୁଜନ ଶକ୍ଳ, ଚିତ୍ତରଂଜନ ସାହୁ, ଦୟାନିଧୀ ପ୍ରଧାନ, କୈଳାଶ ଚର୍ଚ୍ଚି ସମେତ ଶତାଧିକ ସଭ୍ୟ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ । ପରିଶେଷରେ ଶ୍ରୀ ମହାରଣା ସମସ୍ତଙ୍କୁ ମିଷ୍ଠାନ୍ନରେ ଆପ୍ଯାୟିତ କରାଇଥିଲେ ।

17
2119 views