logo

ତାରାତାରିଣୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ -୨ (ମହିଳା)ର ରାଷ୍ଟ୍ରୀୟ ପୋଷଣ ମାସ ସଚେତନତା।


ପୁରୁଷୋତ୍ତମପୁର:୧୬/୧୦/୨୦୨୫ ରିଖ ରେ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ -୨ ର ସଂଯୋଜିକା ସୁଶ୍ରୀ ସ୍ୱାଗତିକା ଦାଶଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ପୋଷଣ ମାସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ପୋଷ୍ୟ ଗ୍ରାମ ଭୂତସରସୀଙ୍ଗିରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭୂତସରସୀଙ୍ଗି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ମନୋଜ କୁମାର ଦାସ ଯୋଗଦେଇ କିପରି ନବଜାତ ଶିଶୁ ଠାରୁ ବୃଦ୍ଧା ପର୍ଯ୍ୟନ୍ତ କିପରି ଏହାର ଏଥିରେ ପୀଡ଼ିତ ହୋଇଥାନ୍ତି ,ଏହାର ନିରାକରଣ, ଦୈନଦିନ ସୁସ୍ଥ ଜୀବନ ପ୍ରଣାଳୀ , ତନ୍ତୁ ଜାତୀୟ ଖାଦ୍ୟ ଓ ପୃଷ୍ଠିକର,ପ୍ରତିଦିନ ବ୍ୟାୟାମ , ଆବଶ୍ୟକ ତାହା ଦର୍ଶାଇ ଥିଲେ।ଏଥିରେ ଉଭୟ ଭୂତସରସିଙ୍ଗି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ତଥା ଶ୍ରୀମତୀ ରିତା ଜେନା,ଶ୍ରୀମତୀ କୁନି ଦଳାଇ, ଝରଣ ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ବବିତା ମାଝୀ ଓ ରଘୁନାଥ ପଲ୍ଲୀ ର ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ଶ୍ରୀମତୀ ସୁଜାତା ଗୌଡ଼ ପ୍ରମୁଖ ଜାତୀୟ ସେବା ଯୋଜନାର ସ୍ବେଛାସେବୀଙ୍କ ସହ ମିଶି ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ବିଭିନ୍ନ ଦୈନଦିନ ଜୀବନରେ କିଭଳ ସୁସ୍ଥ ତଥା ପୃଷ୍ଟିକର ଖାଦ୍ୟ ଗ୍ରହଣ କରିବା ତାହା ସଚେତନ କରିଥିଲେ।

13
339 views