logo

ଶ୍ରୀ ସାଇ ଡାନ୍ସ ଏକାଡେମୀ ର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଯାପିତ

ଭୁବନେଶ୍ୱର,୧୪.୧୦.୨୫: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନ ଶ୍ରୀ ସାଇ ଡ୍ୟାନସ ଏକାଡେମୀର ଦୁଇ ଦିନିଆ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଅଛି l ନିରାକାରପୁର ଜଗନ୍ନାଥ ମନ୍ଦିର ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ, ଶିକ୍ଷାବିତ ରମାକାନ୍ତ ପୁରୋହିତ, ପଣ୍ଡିତ ଗୁରୁ ବିରଞ୍ଚି ନାରାୟଣ ତ୍ରିପାଠୀ, ଜ଼ିଲ୍ଲା ପରିଷଦ ସଭ୍ୟ ବିଜୟ ପାଲଟାସିଂହ,ସିପିଆଇଏମ ସଂଗଠକ ବିଦୁ ଭୂଷଣ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ସାଇ ଡ୍ୟାନସ ଏକାଡେମୀର ଉଜ୍ୱଳ ଭବିଷ୍ୟତ ମତ ରଖିବା ସହ ଉତ୍ତୋରତର କାମନା କରି କାର୍ଯ୍ୟଧାର କୁ ଭୂୟାଁସୀ ପ୍ରଶଂସା କରିଥିଲେ l ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ରାଉତରାୟ ସମ୍ପାଦକ ଓ ନିର୍ଦେଶିକା ସଂଯୁକ୍ତା ରାଣୀ ରାଉତରାୟ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବାବେଳେ ଆବାହକ ସୁବାସ ଚନ୍ଦ୍ର ଦାଶ, ସଂଯୋଜକ ଶଙ୍କର୍ଷଣ ପ୍ରଧାନ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଉଦଯାପନୀ ଅବସରରେ ରେ ଅଂଚଳ ର ସାମ୍ବାଦିକ, ନୃତ୍ୟ କଳାକାର ଓ ଅଂଚଳ ର କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ଅନୁବନ୍ଧିତ ସାଂସ୍କୁର୍ତ୍ତିକ ଦଳ କଳାକାର ଙ୍କ କଳା ପ୍ରଦର୍ଶନ ଉପସ୍ଥିତ ଦର୍ଶକ ଙ୍କୁ ଦୀର୍ଘ ସମୟ ବାନ୍ଧିରଖିଥିଲା l

57
4757 views
  
1 shares