logo

ମନ୍ଦିର ଚୋରି ଘଟଣା ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।

ଅନୁଗୋଳ (କରୁଣାକର ନାୟକ)୧୪/୧୦ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଶାନ୍ତ କୁମାର ତାଉଡ଼ିଆ ଙ୍କ ଆହ୍ଵାନ କ୍ରମେ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଠମଲ୍ଲିକ ଉପଖଣ୍ଡ ରେ ଦୀର୍ଘ ଦିନରୁ ବିଭିନ୍ନ ମଠ ,ମଦିର ମାନଙ୍କରୁ ଦୃର୍ବୁତ୍ତ ମାନେ ଚୋରି କରି ଖସି ଯାଉଥିବା ବେଳେ ଗତ କାଲି ଠାକୁରଗଡ଼, ହଣ୍ଡପା, ଓ କିଶୋର ନଗର ପୋଲିସ ଚୋରି ସାମଗ୍ରୀ କୁ ଠାବ କରି ଜବତ କରିବା ସହିତ ଚୋରି କାମରେ ବ୍ୟବହୃତ ହେଉଥିବା ଏକ ବୁଲେଟ ଗାଡି ସହ ଚୋରକୁ ଧରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ନେବାରେ ଜଣାଯାଏ କି ଆଠମଲ୍ଲିକ ବ୍ଲକ କୃତିବାସପୁର ପଞ୍ଚାୟତ ଅନ୍ତର୍ଗତ ତିଲେଇଶ୍ୱର ଗ୍ରାମର ମନମୋହନ ପ୍ରଧାନ (୩୦) ପିତା ନରୁତ୍ତମ ପ୍ରଧାନ ୨- ହେମନ୍ତ କୁମାର ପ୍ରଧାନ (ବବୁଲ) (୨୧) ପିତା - ସନକ ପ୍ରଧାନ OD 19 A B 3463 ଏକ ବୁଲେଟ ଗାଡି ରେ ଦୀର୍ଘ ଦିନରୁ ବିଭିନ୍ନ ଦେବାବେବି ମନ୍ଦିରରୁ ହୁଣ୍ଡି, ସହିତ ମନ୍ଦିରର ନିତ୍ଯ ବ୍ୟବହାର ଜିନିଷ ଚୋରି କରି ପତିଆରା ବଢେଇ ଥିବା ଦେଖିବାକୁ ମିଳିଥିଲା । ଗତ କାଲି ତା ୧୩/୧୦/୨୫ ରିଖ ସନ୍ଧ୍ୟା ସମୟରେ ଉକ୍ତ ଚୋରମାନେ ନାକିଚୀ ଶିବ ମନ୍ଦିର ରୁ ଚୋରି କରି ଆସି ଛକରେ ବୁଲାବୁଲି କରୁଥିବା ବେଳେ ସନ୍ଦେହରେ ସ୍ଥାନୀୟ ଲୋକେ ହଣ୍ଡପା ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ହଣ୍ଡପା, କିଶୋର ନଗର ଓ ଠାକୁରଗଡ଼ ପୋଲିସ ଙ୍କ ମିଳିତ ଉଦ୍ୟମ ରେ ଦୁଇ ଚୋର ଙ୍କୁ କାବୁ କରିବା ସହ ବ୍ୟବହୃତ ବୁଲେଟ ଗାଡି କୁ ଜବତ କରିଥିବା ବେଳେ ଚୋରୀ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବା ସହ ଚୋରି ସାମଗ୍ରୀ କୁ କିଣି ଥିବା ବ୍ୟକ୍ତି ୩ - ସଞ୍ଜୟ ମେହେନା (୨୮) ପିତା - ଧନେଶ୍ଵର ମେହେନା କୁ ଗିରଫ କରିଛି । କମଣ୍ଡଲୁ ଢ଼ାଳ ୫ ଟି, ଘଣ୍ଟ ୩ ଟି, ମାଳି ଘଣ୍ଟି ଛୋଟ ବଡ଼ ୫ ଟି ବଡ଼ ଜାଗର ଟି ୧ ଟି, ମହାଦୀପ ଛୋଟ ବଡ଼ ୨ ଟି ବର୍ଷା ପ୍ଲେଟ ୧ ଟି, ଆଉଜା କମ୍ପାନୀ ମାଇକ ଆମ୍ଳିଫେୟର ୧ ଟି ସାମଗ୍ରୀ ଜବତ କରିଥିବା ମିଳିଛି । ଅନ୍ୟାନ୍ୟ ମଠ ମନ୍ଦିରରୁ ଚୋରି କରିବା ସହିତ ନାକିଚୀନ, ଶିବ ମନ୍ଦିର, କୃତିବାସପୁର ଶିବ ମନ୍ଦିର, କୁରୁମୁଟାପ ମନ୍ଦିର ରୁ ଚୋରି କରିଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି । ଉକ୍ତ ତିନି ଜଣ ଙ୍କ ନାମରେ କେସ ନଂ ଅଣ୍ଡର ସେକସନ 331(3)ଏ/305 (d)/3(5) ଭାରତୀୟ ନ୍ୟାୟ ସଂହିତା କେସ ରୁଜୁ କରାଯାଇ ଅସମୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଥିରେ ହଣ୍ଡପା ଥାନା ଅଧିକାରୀ ନମିତା ନାୟକ, ଠାକୁରଗଡ଼ ଥାନା ଅଧିକାରୀ ଶଶି ଭୂଷଣ ବେହେରା, ସବ୍ ଇନ୍ସପେକ୍ଟର ମନୋଜ କୁମାର ବେହେରା , ଏଏସଆଇ ଶେଷଦେବ ସାମଲ, ହଣ୍ଡପା ପୋଲିସ ଷ୍ଟେସନ ଏଏସଆଇ ବନିତା ପ୍ରଧାନ , କିଶୋରନଗର ପୋଲିସ ଷ୍ଟେସନ ଏଏସ୍ଆଇ ଗୋପାଳ ବେହେରା ଙ୍କ ମିଳିତ ଉଦ୍ୟମ ରେ ଚଢ଼ାଉ ଜାରି ହୋଇଥିଲା ।

359
5747 views