ଇଂ. ଭବାନୀ ଶଙ୍କର ମିଶ୍ରଙ୍କ ରଚିତ ପୁସ୍ତକ "ଭୁବନେଶ୍ୱରୀ ମହବିଦ୍ୟା" : ମୋକ୍ଷର ମାର୍ଗ ଲୋକାର୍ପିତ !
ଢେଙ୍କାନାଳ 14/10 /25 : Er. Bhabani Sankar Mishra କଂ ଲିଖିତ ପୁସ୍ତକ ଭୁବନେଶ୍ୱରୀ ମହାବିଦ୍ୟା : ମୋକ୍ଷ ର ଏକ ମାର୍ଗ ତା 02/10/25 ରିଖ ପବିତ୍ର ଦଶହରା ପର୍ବ ସନ୍ଧ୍ୟାରେ ସ୍ଥାନୀୟ ମୁକ୍ତାଦେଇପୁର ଶାସନସ୍ଥ ଭୁବନେଶ୍ଵରୀ ନିଳୟ ରେ ପଣ୍ଡିତ ରମାକାନ୍ତ ମିଶ୍ର ଓ ଅବସରପ୍ରାପ୍ତ ସରକାରୀ ପ୍ରଶାସକ ଡଃ ସୁବାସଚନ୍ଦ୍ର ଦାସ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ପ୍ରାଚୀନ ଭାରତୀୟ ଶକ୍ତି ପୂଜା ପରମ୍ପରା ରେ ଦୈବୀତ୍ଵ ଉନ୍ମେଳନ ଓ ମୋକ୍ଷର ମାର୍ଗ କୁ ଉକ୍ତ ପୁସ୍ତକରେ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି l ବିଶେଷତଃ ଆଦ୍ୟାଶକ୍ତି ମା ଭୁବନେଶ୍ଵରୀ ଆରାଧନା ଓ ଦଶମହାବିଦ୍ୟା ସାଧନା କୁ ପୁଞ୍ଜି କରି କିପରି ଆମେ ଆଜିର ଏହି ପ୍ରଯୁକ୍ତିବିଦ୍ୟା ଉପଯୋଗୀ ସମାଜରେ ଶୀର୍ଷତ୍ୱ ଲାଭ କରି ପାରିବା ତାହା ଉକ୍ତ ପୁସ୍ତକରେ ବୈଜ୍ଞାନିକ ପ୍ରମାଣ ସହିତ ବର୍ଣ୍ଣନା କରାଯାଇଛି l