
#ଖବର ଆଜିର, ୧୪ ଅକ୍ଟୋବର, ମଙ୍ଗଳବାର
=======================
ରାଜ୍ୟରେ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ସମୟ ଅକ୍ଟୋବର ୨୪ ତାରିଖ ଯାଏଁ ବଢ଼ିଲା।
ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡିକରେ ରୋଗୀଙ୍କୁ ଉତ୍ତମ ଖାଦ୍ୟ ଦେବାପାଇଁ ସରକାର ଦେବେ ଦୈନିକ ସମୁଦାୟ ୧୨୭ ଟଙ୍କା
ଓଡ଼ିଶାର ଆଲୁମିୟମ୍ କୁ ଉପଯୋଗ କରିବ ବେଦାନ୍ତ। କରିବ ବୃହତ୍ ପ୍ରକଳ୍ପ। ୧,୬୦,୦୦୦ କୋଟି ନିବେଶ କରିବ ବୋଲି ସୂଚନା
ପାର୍ଟ ପ୍ଲଟ୍ ପଞିକରଣ ପାଇଁ ନୂଆ ନିୟମ, ଚାଷ ଜମି ପଞ୍ଜିକରଣ ବେଳେ କିସମ ପରିବର୍ତ୍ତନ ହୋଇପାରିବ ନାହିଁ।
ସରକାର ଭୁବନେଶ୍ୱରରେ ବୁଲା କୁକୁର ଗଣିଲେ। ରାଜଧାନୀରେ ଅଛନ୍ତି ୪୭ ହଜାର ୧୨୬ ବୁଲା କୁକୁର।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି। ଘଟଣା ଘଟିବା ପରେ କ୍ରିୟାଶୀଳ ହେଉଛି ପୋଲିସ
ରାଜ୍ୟର ସମସ୍ତ ସରକାରୀ କୋଠା ବାହାରେ ସିସିଟିଭି କ୍ୟାମେରା ଲଗାଇବେ ସରକାର
ନିଜ ଜନ୍ମଦିନ ଅକ୍ଟୋବର ୧୬ରେ ପଦଯାତ୍ରା କରିବେ ନବୀନ, କର୍ମୀଙ୍କୁ ବାଣ୍ଟିବେ ମିଠା।
ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଡିସେମ୍ବର ୨୪ରୁ ଆରମ୍ଭ ହେବ। କାର୍ଯ୍ୟକାରୀ ଓ ଉପଦେଷ୍ଟା କମିଟି ବୈଠକରେ ନିଷ୍ପତ୍ତି ହେଲା।
ଅଶାନ୍ତ ରାଜଧାନୀରେ ଦୁଇଟି ହତ୍ୟା। ଚନ୍ଦ୍ରଶେଖରପୁର ଚୁନକୋଳି ବସ୍ତିରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା। ଖଣ୍ଡଗିରି ସରକନ୍ତରାରେ ଯୁବକଙ୍କୁ ଗୁଳିକରି ହତ୍ୟା।
ଛୁଆ ବିକ୍ରି ଲଜ୍ୟା। ସୁନ୍ଦରଗଡ କୋଇଡ଼ା ଖଣି ଅଞ୍ଚଳରେ ଶିଶୁପୁତ୍ରକୁ ୫୦ ହଜାର ଟଙ୍କାରେ ବିକି, ଧରାପଡ଼ିବା ଭୟରେ ବାପା ମା ଫେରାର
ନବରଙ୍ଗପୁର ଡ଼ାବୁଗାଁରେ ଅଙ୍ଗିନଦୀ ଶ୍ମଶାନଘାଟ ପାଇଁ ଖର୍ଚ୍ଚ ହେଲାଣି ୨୦ ଲକ୍ଷ, ନିର୍ମାଣ ସଂପୂର୍ଣ୍ଣ ହୋଇପାରୁନି
ବଲାଙ୍ଗୀର ସଇଁତଲା ବ୍ଳକ କରମତଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରର ମୁଣ୍ଡ ଫଟାଇଲେ ଶିକ୍ଷକ
କଟକ ଜିଲ୍ଲା ବାଙ୍କୀ ଶିମିଳିପୁର ବିଦ୍ୟାଳୟରେ ସୁରଭି’ କାର୍ଯ୍ୟକ୍ରମ ବେଳେ ଜଣେ ଶିକ୍ଷକଙ୍କ ପରଲୋକ
କୋରାପୁଟ ରେଳ ଷ୍ଟେସନରୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ବି.ଟେକ ଛାତ୍ର ଗିରଫ।
ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର ଗିରଫ ହେଲେ। ଘରୁ ମିଳିଲା ହରିଣ ଛାଲ ଓ ମୟୂର ପୁଚ୍ଛ।
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ତାରିଣୀ ମନ୍ଦିରରୁ ୩୦ ଲକ୍ଷର ସୁନାଗହଣା ଲୁଟ। ଅନୁପ୍ରବେଶକାରୀଙ୍କ ଉପରେ ସନ୍ଦେହ।
ରାୟଗଡ଼ା ଜିଲ୍ଲା ପାଲୁପାଇ ଗ୍ରାମ ନିକଟ ୩୨୬ ନମ୍ବର ରାଜପଥରେ ତେଲ ଟ୍ୟାଙ୍କର ଓ ବାଇକ୍ ମୁହାଁମୁହିଁ, ଦୁଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ
ନକଲି ଆଦିବାସୀ ପ୍ରମାଣପତ୍ର ମାମଲାରେ ଗିରଫ ହେଲେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ଉପାଧ୍ୟକ୍ଷ
ଦିଲ୍ଲୀ ଏମ୍ସରେ ନର୍ସିଂ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଓଡ଼ିଶା ଡାକ୍ତର ନିଲମ୍ବିତ ହେଲେ
ଛାତ୍ରଛାତ୍ରୀଙ୍କୁ ସତର୍କ କଲା ୟୁଜିସି। ନାମଲେଖା ପୂର୍ବରୁ ଶିକ୍ଷାନୁଷ୍ଠାନର ମାନ୍ଯତା ଯାଞ୍ଚ ଜରୁରୀ।
ନିର୍ବାଚନ ପୂର୍ବ ରାଜନୀତି। ଲାଲୁ, ରାବଡ଼ୀ ଓ ତେଜସ୍ବୀଙ୍କ ବିରୋଧରେ କୋଡିଏ ବର୍ଷ ତଳର ବିଷୟକୁ ନେଇ ଦିଲ୍ଲୀ କୋର୍ଟରେ ଚାର୍ଜଫ୍ରେମ୍ ହେଲା
ବିଶାଖାପାଟଣାରେ ମହିଳା ଦିନିକିଆ କ୍ରିକେଟ ବିଶ୍ବକପରେ ବାଲାଂଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା।
ଅର୍ଥନୀତି ନୋବେଲ ପୁରସ୍କାର ପାଇବେ ଜୋଏଲ ମୋକିର, ଫିଲିପ ଆଘିଅନ ଏବଂ ପିଟର ହାଓ୍ବିଟ।
ଗାଜାରେ ହମାସ କବଳରୁ ମୁକ୍ତ ହେଲେ ୨୦ଜଣ ଇସ୍ରାଏଲ ନାଗରିକ
ପାକିସ୍ତାନ ରେଞ୍ଜର୍ସ ଗୁଳିମାଡରେ ୨୮୦ ତେହେରିକ୍-ଏ-ଲାବୈକ୍ କର୍ମୀଙ୍କ ମୃତ୍ୟୁ
ପାକିସ୍ତାନ ଆଫଗାନିସ୍ତାନ ସୀମାନ୍ତରେ ଉଭୟ ପକ୍ଷରୁ ଆକ୍ରମଣ ଜାରି
ଗ୍ରାଜୁଏଟ ମାନଙ୍କ ପାଇଁ ଖାଲିଥିବା ଗ୍ରାମୀଣ ଡାକ ସେବକ ପଦ ପାଇଁ ପାଇଁ ବାହାରିଲା ବିଜ୍ଞପ୍ତି। ଅନଲାଇନରେ ଆବେଦନ କରିହେବ
ଗତବର୍ଷ ଏଇ ସମୟରେ ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହୋଇଥିଲା
ଗତବର୍ଷ ଏଇ ସମୟରେ ଓଡିଶା ସରକାର ଘୋଷଣା କରିଥିଲେ, ପୁରୀ ଶ୍ରୀମନ୍ଦିର ଯାଉଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ମିଳିବ।
=====================
ଆଜି ବିଶ୍ୱ ମାନକ ଦିବସ
ଆଜି ଜନ୍ମଦିନ: ବାହାଦୂର ଶାହ-୧, ଗୌତମ ଗମ୍ଭୀର, ପରମ ବୀର ଚକ୍ର ଅରୁଣ କ୍ଷେତ୍ରପାଲ
ଆଜି ତିରୋଧାନ: ରେଜିଆ ସୁଲତାନା (ମୋଗଲ ଶାସିକା), ହାରୋଲଡ଼ ରବିନ୍ସ (ଲେଖକ)
ଇତିହାସରେ ଆଜି: (୧୮୮୨) ଶିମଲାରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲା/ (୧୯୫୬) ବୁଦ୍ଧ ଧର୍ମ ଗ୍ରହଣ କଲେ ଭୀମରାଓ ଆମ୍ବେଦକର ଓ ତାଙ୍କର ଚାରିଲକ୍ଷ ଲୋକ/ (୧୯୪୮) ଇସ୍ରାଏଲ ଓ ଇଜିପ୍ଟ ଯୁଦ୍ଧ ଆରମ୍ଭ/ (୨୦୦୦) ୨୨ ଦେଶରେ ଦୂତାବାସ ବନ୍ଦକଲା ଆମେରିକା/ (୧୯୮୪) ଏକଲକ୍ଷ ଫୁଟ ଉଚ୍ଚରୁ ଡେଇଁଲେ ଯୋସେଫ କିଟିଙ୍ଗର/ (୧୯୪୭) ଶବ୍ଦଠାରୁ ଅଧିକ ବେଗରେ ଉଡିଲେ ଆମେରିକା ପାଇଲଟ ଚକ ୟେଗର
=====================