
ଶ୍ରୀ ସାଇ ଡାନ୍ସ ଏକାଡେମୀ ଅଂଚଳ ର ସଂସ୍କୃତି ଓ ଲୋକକଳା କୁ ଉଜ୍ଜୀବିତ ରଖିଛି
(ବାର୍ଷିକ ଉତ୍ସବ ରେ ଅତିଥିଙ୍କ ମତ ପ୍ରକାଶ)
ଭୁବନେଶ୍ୱର,୧୩.୧୦. ୨୫: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନ ଶ୍ରୀ ସାଇ ଡ୍ୟାନସ ଏକାଡେମୀର ବାର୍ଷିକ ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଅଛି l ପୂର୍ବତନ ଜିଲ୍ଲାପାଳ ତଥା ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ଦେବରାଜ ସେନାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ ଅଧକ୍ଷ ତଥା ନିରାକାରପୁର କଲେଜ ପରିଚାଳନା ସମିତି ସଭାପତି ଡ ସଞ୍ଜୟ କୁମାର ମହାପାତ୍ର , ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ପ୍ରଭାକର ଶ୍ରୀଚନ୍ଦନ, ଗୁରୁ ପଣ୍ଡିତ ବିଶ୍ଵନାଥ ରଥ,ଖୋର୍ଦ୍ଧା ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଓ ବିଶିଷ୍ଟ ନୃତ୍ୟ ପରିଚାଳିକା ରିନା ପଣ୍ଡା ଯୋଗଦେଇ ଓଡିଶୀ ନୃତ୍ୟ ପରମ୍ପରା ଓ ଲୋକକଳା କୁ ବଞ୍ଚାଇ ରଖିବା ପାଇଁ ଶ୍ରୀ ସାଇ ଡ୍ୟାନସ ଏକାଡେମୀର ପ୍ରୟାସ ମହତତ୍ୱପୂର୍ଣ ବୋଲି ମତ ରଖିଥିଲେ। ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ପାଦକ ଓ ନିର୍ଦେଶିକା ସଂଯୁକ୍ତା ରାଣୀ ରାଉତରାୟ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବାବେଳେ ଆବାହକ ସୁବାସ ଚନ୍ଦ୍ର ଦାଶ, ସଂଯୋଜକ ଶଙ୍କର୍ଷଣ ପ୍ରଧାନ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ରେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଡ ପୂର୍ଣଚନ୍ଦ୍ର ଦାଶ, ଶିକ୍ଷା କ୍ଷେତ୍ରରେ ଶାନ୍ତିଲତା ଦାଶ,କ୍ରୀଡା କ୍ଷେତ୍ରରେ ଦିଗମ୍ବର ବଳିୟାରସିଂହ, ସଂସ୍କୃତି କ୍ଷେତ୍ରରେ ରବୀନ୍ଦ୍ର କୁମାର ନାୟକ, ସମାଜସେବା କ୍ଷେତ୍ରରେ ପ୍ରସାଦ ଦାସ, କଳା କ୍ଷେତ୍ରରେ ଚନ୍ଦ୍ର ମୋହନ ପଟ୍ଟନାୟକ, ବ୍ୟବସାୟ କ୍ଷେତ୍ରରେ ଲଷ୍ମୀଧର ଷଢଙ୍ଗୀ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲାl ଏତତବ୍ୟତୀତ ମୁଖ୍ୟମନ୍ତ୍ରୀ ପୃରାସ୍କାରପ୍ରାପ୍ତ ଆଧ୍ୟାପକ କୈବଲ୍ୟ ଚରଣ ପତି ,ମ୍ୟୁଜିସିଆନ ଦେବାଶିଷ ବାବୁ, ଯୁବ ନେତା ବିଧୁ ଭୂଷଣ ମହାରଣା ଓ ଅଂଚଳ ର ସାମ୍ୱାଦିକମାନଙ୍କୁ ବିଶିଷ୍ଟ ବ୍ୟକ୍ତିତ୍ୱ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ବିଭିନ୍ନ ନୃତ୍ୟ ଅନୁଷ୍ଠାନର କଳାକାର ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।