logo

ଢେଙ୍କାନାଳ ସହରରେ ବିଭିର୍ନ ପୂଜା ପ୍ରତିଷ୍ଠାନ ରେ ପୂଜା ପାଉଛନ୍ତି ମା ଧନଯାତ୍ରୀ

ଢେ଼ଙ୍କାନାଳ ସହରରେ ବିଭିନ୍ନ ପୂଜା ପ୍ରତିଷ୍ଠାନରେ ପୂଜା ପାଉଛନ୍ତି ମା' ଧନଦାତ୍ରୀ । ଢେଙ୍କାନାଳର ବିଶ୍ଵପ୍ରସିଦ୍ଧ ଗଣପର୍ବ ଲକ୍ଷ୍ମୀ ପୂଜାର ମାହୋଲ୍ ସହରରେ ଜମି ଆସିଲାଣି । ସିଧା ରାସ୍ତାରେ ଗୋଟିଏ ପରେ ଗୋଟିଏ ମେଢ ଦର୍ଶନ କରି ଜନସମୁଦ୍ର ପରି ଭିଡରେ ଆଗକୁ ବଢିବା ଭିନ୍ନଅନୁଭବ ଦେଉଛି । ଏଥିପାଇଁ ଅନେକ ଲୋକ ଲକ୍ଷ୍ମୀପୂଜା ଦେଖିବାକୁ ଟାଣି ହୋଇ ଆସୁଥିବା ବେଳେ ଆଜି ସନ୍ଧ୍ୟାଠାରୁ ଧିରେ ଧିରେ ଭିଡ ବଢିବା ଆରମ୍ଭ କରିଥିଲା। ସହରର ପ୍ରତ୍ୟେକ ପ୍ରବେଶ ପଥ ଦେଇ ଗାଡି ଗୁଡିକ ସହରକୁ ଆସିଥିଲା । ପାକିଂ ସ୍ଥଳରେ ଲୋକେ ଗାଡି ଥୋଇ ଧୁମ୍ ବୁଲିଥିଲେ । ରାତି ୮ଟା ବେଳକୁ ନାହିଁ ନଥିବା ଭିଡ ଦେଖାଯାଇଥିଲା । ସ‌ହରର ସବୁ ରାସ୍ତାରେ ଲୋକାରଣ୍ୟ ହୋଇପଡିଥିଲା । ଭିଡ଼ରେ ବାହାରୁ ଆସିଥିବା ବେପାରୀ ଜମାଣିଆ ବେପାର କରିଥିଲେ । ଭଳିକି ଭଳି ଖାଇବା,ଦୋଳି ଖେଳିବା ଓ କିଣାକିଣି ଜମି ଉଠିଥିଲା । ପୁଲିସ ବ୍ୟବସ୍ଥିତ ଭାବେ ଭିଡ଼ ନିୟନ୍ତ୍ରଣ କରିଥିଲା। ଶନି ଓ ରବିବାର ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି ।

14
399 views