logo

ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ

ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ
ଜନ କଲ୍ୟାଣ କୁଲିତା ସମାଜ ଅତାବିରା ବ୍ଲକ ଏବଂ ଆଞ୍ଚଳିକ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ମହାସମାରୋହରେ ରାମଚଣ୍ଡୀ ମନ୍ଦିର ଲାଦେରପାଲି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି, ଅତିଥିଙ୍କ ଦ୍ବାରା ଦ୍ବୀପ ପ୍ରଜ୍ବଳନ ପରେ ସୁସ୍ରୀ ଯୁକ୍ତା ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ, ଏବଂ ତ୍ରିସା ପ୍ରଧାନ ଓ ସାନଭି ମହାକୁରଙ୍କ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ,କେତନ ରଣାଙ୍କ ସ୍ଵାଗତ ସଙ୍ଗୀତ ପରେ କୁଲତା ସମାଜ ସଭାପତି ସୁରେନ୍ଦ୍ର ସ୍ବାଇଁଙ୍କ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ, କିଶୋର ଚନ୍ଦ୍ର ପାତ୍ରଙ୍କ ଦ୍ବାରା ସରସ୍ଵତୀ ଜଣାଣ ଏବଂ ଗୁରୁ ଭଗବାନ ସାହୁଙ୍କ ସୀତାଚୋରି ନାଟକର ଗୀତ ଗୁରୁଙ୍କ ଶୀଷ୍ୟ ଦଧିବାବନ ଶତପଥୀ ପରିବେଷଣ କରିଥିଲେ, କବି ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ ସାହିତ୍ୟିକ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଚିରବ୍ରତ ଦତ୍ତ, ମୂଖ୍ୟ ବକ୍ତା ସାହିତ୍ୟିକ ବରିଷ୍ଠ ସାମ୍ବାଦିକ ନେତ୍ରାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ସିନେ ଅଭିନେତା ପ୍ରଦିପ ଦେବତା,ସାହିତ୍ୟିକ ବରିଷ୍ଠ ସାମ୍ବାଦିକ ଭବାନୀଷ ଭୋଇ, ସମାଜ ସେବୀ ଦିବାକର ପ୍ରଧାନ ପ୍ରମୁଖ ଯୋଗଦାନ କରି ଗୋଟିଏ ଦିନରେ ନୁଆଁଖାଇ ପାଳନ ପରିକଳ୍ପନା କରି କିଭଳି ପରିସ୍ଥିତିରୁ ପ୍ରଚାର କରି ଲୋକ ମହୋତ୍ସବର ସୃଷ୍ଟି କରିଥିବା ଅବିଶ୍ବସନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ, ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ ଭାଗବତିଆ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ,ଏହି ଅବସରରେ ବରିଷ୍ଠ ନାଟ୍ୟକାର ନିର୍ଦ୍ଦେଶକ ରୋହିତ ପଟେଲ(ଝାରସୁଗୁଡ଼ା) କବି ସନ୍ଦୀପ କୁମାର କୁଅଁର ବଲାଙ୍ଗୀର, କବି ସନ୍ତୋଷ ପଧାନ ସୁବର୍ଣ୍ଣପୁର, କବୟିତ୍ରୀ ଜୀବେଶ୍ଵରୀ ପଟେଲ ସୁନ୍ଦରଗଡ, କବୟିତ୍ରୀ ଡ଼ ଭାରତୀ ହୋତା ନୂଆପଡ଼ା, ନାଟ୍ୟକାର ରାଜକୁମାର ସାହୁ ପଦ୍ମପୁର, ବାମଣ୍ଡା ସାହିତ୍ୟ ସଂସଦ ଦେବଗଡ଼, ପଶ୍ଚିମା କୁଚିଣ୍ଡାକୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଅବସରରେ ଡ଼ ଅଜିତ କୁମାର ନାଥଙ୍କ ଆମ ଅଞ୍ଚଳର ଲୋକ ବିଶ୍ୱାସ ଏବଂ ପରମ୍ପରା ପୁସ୍ତକ ଓ ମନୋଜ ଭୋଇଙ୍କ ନାଟ ପସରା ପୁସ୍ତକ ଉନ୍ମୋଚନ ହୋଇଥିଲା,ଲୁଲୁ ରବିନ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗୋଟିଏ ଦିନରେ ନୁଆଁଖାଇ ଏବଂ ଗୁରୁ ଭଗବାନ ସାହୁ ଶିର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା, କବି ପ୍ରମୋଦ ଚନ୍ଦ୍ର ନାୟକ, ମୂରଲୀଧର ନାୟକ,ଉଦ୍ଧବ ବାରୀକ,, ଜୟଶ୍ରୀ ପଣ୍ଡା, ଅହଲ୍ୟା ପ୍ରଧାନ, ଦିଲିପ ସାହୁ, ହୃଷୀକେଶ ଡାଙ୍ଗ,ସଚିଦା ଭୋଇ,ଜୀବେଶ୍ବରି ପଟେଲ, ସନ୍ତୋଷ ପଧାନ, ସଙ୍ଗୀତା ସାହୁ, ମଞ୍ଜୁଲତା ସାହୁ ,ଅତୁଲ୍ୟ କୁମାର ସାହୁ,,ମୋହନ ମହାନନ୍ଦ,ଯୁଗେଶ୍ୱର ତାଣ୍ଡି, ଉମେଶ ପ୍ରଧାନ,, ମଞ୍ଜୁଲତା ସାହୁ,,ଡୋଲାମଣୀ ପାଇକ,ଶୁସିଲ ବୁଧିଆ, ଜଟାଧାରୀ ବାରିକ,ଜେଠୁ ଭୁଏ, ଧ୍ରୁବଚରଣ ସାହୁ,ଜୟ ପ୍ରଧାନ,ମାନସ ରଞ୍ଜନ ଦାଶ, ସଂଜୁ ପ୍ରଧାନ, ବୁଧୁ ମାଝୀ,ସଙ୍ଗିତା ସାହୁ ପ୍ରମୁଖ ସମେତ ବିଭିନ୍ନ ଜିଲ୍ଲାରୁ କବି ମାନେ କବିତା ପାଠ କରିଥିଲେ, ସାହିତ୍ୟ ପରିଷଦ ସଭାପତି ଦଶରଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ଆୟୋଜନରେ ଦଖିଲ ପଧାନ, ସମ୍ପାଦକ ସୁରେନ୍ଦ୍ର କଠାର,ଅରୁଣ ପ୍ରଧାନ, ସମୀର ପ୍ରଧାନ, ସରୋଜ କୁମାର ରଥ,ସୁବାସ ପଧାନ,ମନୋଜ ଭୋଇ, ଅମୃତ ବାରିକ ତଥା ଉଭୟ ଅନୁଷ୍ଠାନର ସମସ୍ତ ସଦସ୍ଯ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ।

0
14 views