ବରିଷ୍ଠ ନାଗରିକ ଦିବସ ପାଳନ
ଜିଲ୍ଲା ପ୍ରଶାସନ, କୋରାପୁଟ ଦ୍ୱାରା ଆଜି ଟାଉନ ହଲ୍ ଠାରେ ତା. ୧୦.୧୦.୨୦୨୫ ରିଖ ରେ ବରିଷ୍ଠ ନାଗରିକ ଦିବସ ଉତ୍ସବମୟ ପରିବେଶରେ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର କୋରାପୁଟ ବିଧାୟକ ଶ୍ରୀ. ରଘୁରାମ ମାଛ , କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ. ସସ୍ମିତା ମେଲେକା, ଉପ-ଜିଲ୍ଲାପାଳ ଶ୍ରୀ. ପ୍ରେମଲାଲ୍ ହିଆଲ୍ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ବରିଷ୍ଠ ନାଗରିକଙ୍କ ଅନୁଭବ ଓ ସମାଜ ପ୍ରତି ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରି, ସମ୍ମାନ ଜଣାଇଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଯୋଗ ଶିବିର ଏବଂ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା, ଯେଉଁଠି ମାନ୍ୟବର କୋରାପୁଟ ଜିଲ୍ଲାପାଳ ଶ୍ରୀ. ମନୋଜ ସତ୍ୟୱାନ ମହାଜନ, (ଭା.ପ୍ର.ସେ) ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଜିଜ୍ଞାସା କରିଥିଲେ । ସେଥି ସହିତ ବିଶିଷ୍ଟ ବରିଷ୍ଠ ନାଗରିକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନ ପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ ଓ ସେବାର ବାର୍ତା ଦିଆଯାଇଥିଲା । କାର୍ଯ୍ୟକ୍ରମଟି କୋରାପୁଟ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ. ତରୁଣ ତପନ ପ୍ରହରାଜଙ୍କ ନିରୀକ୍ଷଣ ଓ ସଂଯୋଜନାରେ ଆୟୋଜିତ ହୋଇଥିଲା ।