ମହାଦେଇପୁଟରେ ଭ୍ରାମ୍ୟମାଣ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ, କୋରାପୁଟ, ଓଡିଶା,ତା୧୧/୧୦/୨୫(ଶନିବାର)
ମହାଦେଇପୁଟରେ ଭ୍ରାମ୍ୟମାଣ ଚକ୍ଷୁ ପରୀକ୍ଷା ଶିବିରଦାମନଯୋଡ଼ି,୧୧/୧୦:କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚାୟତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜିଲ୍ଲା ଭ୍ରାମ୍ୟମାଣ ଦୃଷ୍ଟିକେନ୍ଦ୍ର ପକ୍ଷରୁ ଶନିବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ଅନୁଷ୍ଠିତ ଶିବିରରେ ବିଭିନ୍ନ ଗ୍ରାମର ୪୬ଜଣ ଚକ୍ଷୁରୋଗୀ ଯୋଗ ଦେଇଥିଲେ।ସେଥି ମଧ୍ୟରୁ ୧୧ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ସହିତ ୨ଜଣଙ୍କ ଚାଳିଷିଆ ଚଷମା ପରୀକ୍ଷା ହୋଇଥିଲା।ମୋତିଆବିନ୍ଦୁ ରୋଗୀଙ୍କ କୋରାପୁଟରେ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ଶିବିରରେ ଔଷଧ ବଣ୍ଟନ ସହିତ ରୋଗୀଙ୍କର ମାଗଣା ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା ମଧ୍ଯ କରାଯାଇଥିଲା।ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ଚକ୍ଷୁ ପରୀକ୍ଷା କରିଥିଲେ।ସିଏଚଓ ସ୍ୱାଗତିକା ସ୍ଵାଇଁ ଓ ସ୍ଵାସ୍ଥ୍ୟକର୍ମୀ ସଂଜୁବାଳା ପ୍ରଧାନୀ ଉପସ୍ଥିତ ରହି ପରିଚାଳନା କରିଥିଲେ।ଆଶାକର୍ମୀ ଦମୟନ୍ତୀ ପାଙ୍ଗି, ଗୀତା କୁମାରୀ ପ୍ରଧାନୀ,ପୂର୍ଣ୍ଣିମା ନାୟକ,ଲକ୍ଷ୍ମୀ ଗାଦବା,ଧନମତି ଗାଦବା,ସୀମା ମାଛ ଓ ରାଧିକା ନାୟକ ପ୍ରମୁଖ ସହଯୋଗ କରିଥିଲେ।