
ଦାମନଯୋଡ଼ିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ
ଦାମନଯୋଡ଼ି,୦୯/୧୦:ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଗୁରୁବାର ଦାମନଯୋଡ଼ିରେ ପାଳିତ ହୋଇଯାଇଛି। ସକାଳେ ସେକ୍ଟର ୩ ପାର୍କରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସହିତ,ସେକ୍ଟର ୨ରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ସାମ୍ୱାଦିକ ମାଲ୍ୟାର୍ପଣ କରିଥିଲେ।ସମାଜ ପାଠକ ମଞ୍ଚ,ଦାମନଯୋଡ଼ି ମିଡ଼ିଆ ହାଉସ ଓ ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ସନ୍ଧ୍ୟାରେ ନାଲକୋ କମ୍ୟୁନୀଟି ସେଣ୍ଟର ଠାରେ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିଥିଙ୍କ ସହିତ ବୁଦ୍ଧିଜୀବୀ,ସାହିତ୍ୟିକ ଓ ଜନସାଧାରଣ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ନିଜନିଜ ବକ୍ତବ୍ୟରେ ସମସ୍ତେ ଗୋପବନ୍ଧୁଙ୍କ ଆଦର୍ଶ,ତ୍ୟାଗ,ସେବା,ସାହିତ୍ୟକୃତି ଉପରେ ଆଲୋକପାତ କରିଥିଲେ।ଗୋପବନ୍ଧୁ ଦାସ ଏକାଧାରାରେ ଜଣେ ଦେଶପ୍ରେମୀ,ସମାଜସେବୀ,ସଂଗଠକ,ସଂସ୍କାରକ ତଥା ସାହିତ୍ୟିକ,ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଏହି ତପସ୍ୱୀ ସାଧକ ଦୀନଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ ଜଣାଶୁଣା ହୋଇପାରିଥିବା ଅତିଥି ଓ ବକ୍ତା ମତ ଦେଇଥିଲେ।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ନରେନ୍ଦ୍ର ସିଂ ଓ ଦାମନଯୋଡ଼ି ଆଦର୍ଶ ଥାନାର ଅଧିକାରୀ ଇନ୍ସପେକ୍ଟର ପ୍ରମିଳା ବିଡ଼ିକା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ସମାଜର ଦାମନଯୋଡ଼ି ପ୍ରତିନିଧି ନରସିଂହ ବ୍ରହ୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ପାଦକ ମାନସ ରଞ୍ଜନ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ଡ଼ଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମରେ ଦାମନଯୋଡ଼ି ମିଡ଼ିଆ ହାଉସର ବରିଷ୍ଠ ସଦସ୍ୟ ଅମ୍ବିକା ପ୍ରସନ୍ନ ପାଣି ଓ ପୋଲିସ ସବ ଇନ୍ସପେକ୍ଟର ଦୀପକ କୁମାର ପଣ୍ଡାଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ବର୍ଦ୍ଧିତ କରଯାଇଥିଲା।ସେହିପରି ଠିକାଦାର ତଥା ସମାଜସେବୀ ସଦାନନ୍ଦ ସାହୁଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା।ବରିଷ୍ଠ ସାମ୍ବାଦିକ ଚୈତନ୍ୟ ହନ୍ତାଳ ଧନ୍ୟବାଦ ଅର୍ପଣ କରିଥିଲେ।ସରୋଜିନୀ ତ୍ରିପାଠୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ନନ୍ଦପୁର ମିଡ଼ିଆ ହାଉସର ସଭାପତି ତ୍ରିନାଥ ଖରା,ବିମଳ ସ୍ମିଥ ଓ ଅନ୍ୟ ସଦସ୍ୟ,ଦାମନଯୋଡ଼ିର ସାମ୍ବାଦିକ ସୁଦର୍ଶନ ସେନାପତି,ନଳିନୀକାନ୍ତ ସେନାପତି,ଅରୁଣ କୁମାର ଓଝା,ସୋମନାଥ ସାମନ୍ତରାୟ ଓ ଅଜୟ କୁମାର ଜେନା,ନାଲକୋ ଅଧିକାରୀ କୈଳାସ ସେନାପତି,ବିଏମଏସ ସଂଯୋଜକ ଆଲୋକ ରଥ,ସଦାନନ୍ଦ ଦାଶ ଓ ଅନାମ ଚରଣ ନାୟକ,ବର୍ଷା'ର ବହୁ ସଦସ୍ୟ,ପ୍ରଭାସିନୀ ପାଣି,ବବିତା ପାଳ,ଶାନ୍ତନୁ ସାମଲ,କୁଳମଣି ଦାସ,ଶାନ୍ତାବାଳା ରଥ, ଚିନ୍ମୟୀ ନନ୍ଦ,ସୁଶାନ୍ତ କୁମାର ଦାଶ,ଡ଼ଃ ନରେଶ ଚନ୍ଦ୍ର ସାହୁ, ଡ଼ଃ ରମେଶ ଚନ୍ଦ୍ର ସ୍ଵାଇଁ,ନାରାୟଣ ସାହୁ,ରାଜୀବ ନାୟକ, ଅମୂଲ୍ୟ କୁମାର ସାହୁ,ପ୍ରଭାତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।