logo

ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ଆକାଶଦୀପ

ଦାମନଯୋଡ଼ି,୦୯/୧୦:ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର ଦାମନଯୋଡ଼ିର ଶ୍ରୀଜଗନ୍ନାଥ ମନ୍ଦିରରେ ଧର୍ମମାସ କାର୍ତ୍ତିକରେ ଆକାଶଦୀପ ପ୍ରଜ୍ବଳନ କରାଯାଉଛି।ମଙ୍ଗଳବାର ପୂର୍ଣ୍ଣମୀ ସନ୍ଧ୍ୟାରେ ତୁଳସୀ ଚଉରା ମୂଳରେ ପୂଜାର୍ଚ୍ଚନା ପରେ ଆକାଶଦୀପ ଉଠାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମିୟ କୁମାର ସାମନ୍ତରାୟ ପୂଜାନୀତି କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ କୈଳାସ ସେନାପତି ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସେନାପତି କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଦାମନଯୋଡ଼ିର ମାଥାଲପୁଟ,ଭେଜାପୁଟ,ମରିଚମାଳ ଓ ନାଲକୋ ଟାଉନସିପ ସହିତ ଆଖପାଖ ଅଞ୍ଚଳର ମନ୍ଦିର ଓ ମଣ୍ଡପ ମାନଙ୍କରେ ମଧ୍ୟ ଏହି ଆକାଶଦୀପ ପ୍ରଦାନ କାର୍ଯ୍ୟ ଚାଲୁ ରହିଛି।
ପୁରାଣ ବର୍ଣ୍ଣନା ଅନୁସାରେ ଧର୍ମମାସ କାର୍ତ୍ତିକରେ ସ୍ନାନ, ହବିଷ୍ୟାନ୍ନ ଭୋଜନ,ବିଷ୍ଣୁଙ୍କୁ ତୁଳସୀ ଅର୍ପଣ ଏବଂ ଆକାଶଦୀପ ଦାନରେ ମଣିଷ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ।ଦୀପ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ,ସ୍ୱୟଂ ଜ୍ୟୋତି ସ୍ୱରୂପ ବୋଲି ବିଶ୍ୱାସ କରାଯାଏ।ମା'ମହାଲକ୍ଷ୍ମୀ ଦୀପଲକ୍ଷ୍ମୀ ସ୍ୱରୂପିଣୀ।କାର୍ତ୍ତିକରେ ପ୍ରଦତ୍ତ ଦୀପକୁ ‘ଆକାଶଦୀପ’ କୁହାଯାଇଥାଏ।ଏହାକୁ ସାରା ମାସ ଜଳାଇ ରଖାଯାଏ।ଏହି ଆକାଶଦୀପ ଦେବତା,ପିତୃ,ଯମ,ବିଷ୍ଣୁ ଓ ରୁଦ୍ର ଆଦିଙ୍କର ଆଶୀର୍ବାଦ ପାଇଁ ପ୍ରଜ୍ୱଳନ କରାଯାଇଥାଏ।

22
1543 views