
ମହାତ୍ମା ବାଲ୍ମୀକି : ଜନ୍ମ ତିଥିରେ କୋଟି ନମନ।
ଢେଙ୍କାନାଳ; 07/10/25,(ଆଶ୍ୱିନ ପୁର୍ଣିମା)
ଭାରତୀୟ ସଭ୍ୟତା, ସଂସ୍କୃତି ର ଉଜ୍ଜ୍ଵଳତମ ତାରକା ହେଉଛନ୍ତି ମହର୍ଷି ବାଲ୍ମିକି। ହଜାର ହଜାର ବର୍ଷ ପରେ ବି ସେ ମାନବ ମାନଙ୍କର ପ୍ରେରଣାର ଉତ୍ସ। ତାଙ୍କ ଦ୍ୱାରା ରଚିତ ମହାକାବ୍ୟ ଶ୍ରୀମଦ ରାମାୟଣ ଆଜି କୋଟି କୋଟି ଲୋକଙ୍କ ମନ ହୃଦୟ ରେ ଦିବ୍ୟ ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ବଳିତ କରୁଛି।
ଆଜି ମହାତ୍ମା ବାଲ୍ମିକି ଙ୍କ ଜନ୍ମ ଜୟନ୍ତୀ । ଏହି
ଅବସରରେ ଶ୍ରୀମଦ ରାମାୟଣର ଆଦ୍ୟ ଶ୍ଲୋକ ଯାହାକି ଏକ ବିସ୍ମୟକର ମୁହୂର୍ତ୍ତରେ ମହର୍ଷିଙ୍କ ମୁଖ ରୁ ନିସୃତ ହୋଇ ଶ୍ରୀମଦ ରାମାୟଣ ର ମହିମା ମଣ୍ଡନ କରିଛନ୍ତି, ତାହା ମଧ୍ୟ ଅତ୍ୟନ୍ତ ଆନନ୍ଦ ମୟ।
ମହାତ୍ମା ବାଲ୍ମୀକିଙ୍କ ହୃଦୟ ରୁ ଉତ୍ପନ୍ନ ରାମାୟଣ ର ପ୍ରଥମ ଶ୍ଲୋକ।
ଶ୍ଲୋକ
मा निषाद प्रतिष्ठां त्वमगमः शाश्वतीः समाः।
यत् क्रौञ्चमिथुनादेकम् अवधीः काममोहितम्॥
(ମା ନିଶାଦ ପ୍ରତିଷ୍ଠାଂ ତ୍ଵମଗମଃ ଶାଶ୍ୱତୀଃ ସମାଃ।
ୟତ୍ କ୍ରୋଞ୍ଚମିଥୁନାଦେକମବଧୀଃ କାମମୋହିତମ୍॥)
ଅର୍ଥ (ଓଡ଼ିଆରେ)
ହେ ନିଷାଦ (ଶିକାରୀ)!
ତୁମେ ଚିରକାଳ ପର୍ଯ୍ୟନ୍ତ କେବେ ଶାନ୍ତି ଓ ସ୍ଥାନ ପାଇବ ନାହାଁ।
କାରଣ ତୁମେ ପ୍ରେମ ଓ ସନ୍ତୋଷରେ ମଗ୍ନ ଥିବା
କ୍ରୋଞ୍ଚ ପକ୍ଷୀ ଯୁଗଳର ଗୋଟିଏକୁ ହତ୍ୟା କରିଛ।
ଘଟଣାର ପରିଦୃଶ୍ୟ:
ତମସା ନଦୀ ତଟରେ ସେଦିନ ପରିବେଶ ଅତ୍ୟନ୍ତ ଶାନ୍ତ ଓ ମଧୁର ଥିଲା।
ପ୍ରଭାତ ସୂର୍ଯ୍ୟାଲୋକ ପୁଣ୍ୟତୋୟା ତମସା ନଦୀର ଜଳ ଉପରେ ଖେଳୁଥିଲା,
ପକ୍ଷୀମାନଙ୍କ,କାକଳି ସୁମଧୁର ମିଳନ ଗୀତ ସମର୍ଗ ପରିବେଶକୁ ମୃଦୁତାରେ ଭରିଦେଇଥିଲା।
ସେ ସମୟରେ ଏକ କ୍ରୋଞ୍ଚ ପକ୍ଷୀ ଯୁଗଳ
ପ୍ରେମ ଓ ଆନନ୍ଦରେ ବିଚରଣ କରୁ ଥିଲେ।
କିନ୍ତୁ ହଠାତ୍ ଏକ ବ୍ୟାଧ (ଶିକାରୀ) ଆସି,
ପୁରୁଷ ପକ୍ଷୀଟିକୁ ବାଣରେ ଆଘାତ କରି ହତ୍ୟା କଲା।
ସେ ମୁହୂର୍ତ୍ତରେ ମାତୃ କ୍ରୋଞ୍ଚୀ
ତମସା ତଟର ନିରବତାକୁ ଭଗ୍ନକରି ଅତ୍ୟନ୍ତ ଦୁଃଖରେ ବିଳାପ କଲା।
ତାଙ୍କ ଦୁଃଖର ସ୍ୱର ପ୍ରକୃତିକୁ ବି ସୋକାକୁଳ କରିଦେଲା।
ସେହି ଦୃଶ୍ୟ ଦେଖି ମହର୍ଷି ବାଲ୍ମୀକିଙ୍କ ହୃଦୟ ବିଦିର୍ଣ୍ଣ ହୋଇ ଗଲା।
କରୁଣା ଓ ଦୟାରେ ତାଙ୍କ ମନ ଭିଜିଗଲା,
ଏବଂ ଏକ ଅଜଣା ଶବ୍ଦ ତାଙ୍କ ମୁଖରୁ ସ୍ଫୁରିତ ହେଲା —
ସେ ଥିଲା “ମା ନିଶାଦ” — ଏକ ଶାପ, ଏକ କବିତା, ଏକ ଶ୍ଲୋକ।
ବାଲ୍ମୀକିଙ୍କ ଭାବ ଓ ଅନୁତାପ;
ସେ ଶାପ ଦେଲେ କିନ୍ତୁ ତୁରନ୍ତ ଅନୁତାପରେ ବିଲୀନ ହୋଇଗଲେ।
କାରଣ ମୁନି ହିସାବରେ କ୍ରୋଧ ତାଙ୍କ ସ୍ୱଭାବ ନୁହେଁ।
ସେ ଭାବିଲେ — ଏହି ଶବ୍ଦ ମୋ ମୁଖରୁ କେମିତି ସ୍ପୁରିତ ହେଲା?
ଗଭୀର ଧ୍ୟାନରେ ସେ ଅନୁଭବ କଲେ ଯେ ଏପରି ଇଚ୍ଛାରେ ହିଁ ସେହି ପ୍ରଭୁଙ୍କର ଉଦ୍ୟଶ ନିହିତ ଅଛି।
ତାଙ୍କ ଶିଷ୍ୟ ଭରଦ୍ୱାଜ ମଧ୍ୟ ଆଶ୍ଚର୍ଯ୍ୟରେ ପଚାରିଲେ —
“ଗୁରୁଦେବ, ଏହି ଶବ୍ଦଗୁଡ଼ିକ ଏତେ ମାଧୁର୍ଯ୍ୟ ଓ ଛନ୍ଦମୟ କିପରି?”
ତାହାପରେ ବାଲ୍ମୀକି ବୁଝା ଇଲେ — ଏହା ଅନୁଷ୍ଟୁପ ଛନ୍ଦର ଦିବ୍ୟ ପ୍ରେରଣା,
ବ୍ରହ୍ମାଙ୍କ ଇଚ୍ଛାରୁ ଉତ୍ପନ୍ନ ଏହି ଶ୍ଲୋକ , ସମୟ କ୍ରମେ କାବ୍ୟ ଜଗତରେ
ଆଦି ଅର୍ଥାତ ପ୍ରର୍ଥମ ଶ୍ଲୋକ ଭାବରେ ମହତ୍ତ୍ୱ ପ୍ରାପ୍ତ ହେବ।
ଅର୍ଥ ଓ ମହତ୍ତ୍ୱ;
ଏହି ଶ୍ଲୋକ କେବଳ ଏକ ବ୍ୟାଧ କୁ ଶାପ ଦେବା ପାଇଁ ଉଦ୍ଧିଷ୍ଟ ନୁହେଁ। —
ଏହା ହେଉଛି ସହାନୁଭୂତିର ଏକ ମହା ସ୍ଫୁରଣ,
ଦୟାର ଭାବ ଓ ମାନବ ହୃଦୟର କୋମଳ ଆବେଗ ର ସ୍ୱର।
ବାଲ୍ମୀକିଙ୍କ ହୃଦୟର ଏହି ଶୋକ ଆଗାମୀ ଯୁଗ ପାଇଁ
ସାହିତ୍ୟ ଓ ଆଧ୍ୟାତ୍ମିକ ଜଗତର ଦ୍ୱାର ଖୋଲିଦେଲା।
ସେହିଠାରୁ ଜନ୍ମ ହେଲା ଶ୍ରୀମଦ୍ ରାମାୟଣ,
ଯେଉଁଠୁ ମାନବ ଜୀବନକୁ ଧର୍ମ, ନୀତି ଓ ଭକ୍ତିର ଆଲୋକରେ ଆବୃତ କରିଦେଲା।
ସାରକଥା:
“ଶୋକରୁ ଉଦ୍ଭବିତ ଶ୍ଲୋକ,
ଦୟାରୁ ଉଦ୍ଭବିତ ଧର୍ମ।”
ମହାତ୍ମା ବାଲ୍ମୀକି ଆମକୁ ଶିଖାଇଛନ୍ତି ଯେ —
ହୃଦୟ ଯଦି ଦୟାରେ ପରିପୂର୍ଣ୍ଣ ହୋଇଥାଏ,
ସେଠାରୁ ଦିବ୍ୟତା ଜନ୍ମ ନିଏ।
ଆଜି ମା' ନିଶାଦ! ଶ୍ଲୋକ ଆମକୁ ସ୍ମରଣ କରାଏ ;
ଦୟା ହେଉଛି କବିତାର ମୂଳ,
ଭକ୍ତି ହେଉଛି ମାନବତାର ଶିଖର।
କାବ୍ୟ ଓ କବିତାର ମୂଳ ଉତ୍ସ ହେଉଛି ମନ ଓ ହୃଦୟର ସନ୍ତୁଳିତ
ଅବସ୍ଥା। ଏହି ସନ୍ତୁଳିତ ଅବସ୍ଥା କୁ ପ୍ରତ୍ୟକ କବି ଓ ଲେଖକ ସ୍ୱୀକାର
କରିବାକୁ ବାଧ୍ୟ ହୁଅନ୍ତି। ଅନେକ ମୁର୍ଦ୍ଧନ୍ୟ ବ୍ୟକ୍ତି ମାନେ ମଧ୍ୟ ଏଥିପାଇଁ ଏକ ଶକ୍ତି କୁ ମାଧ୍ୟମ ରୂପେ ଗ୍ରହଣ କରିଥାନ୍ତି।