logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀ ଜଗନ୍ନାଥ ଧାମ ରେ ମହା କାର୍ତ୍ତିକ ବ୍ରତ ଆରମ୍ଭ

ଧାମ ମଧ୍ୟରେ ଶ୍ରେଷ୍ଠ ଶ୍ରୀ ଜଗନ୍ନାଥ ଧାମ, ମାସ ମଧ୍ୟରେ ଶ୍ରେଷ୍ଠ କାର୍ତ୍ତିକ, ହିନ୍ଦୁ ଧର୍ମର ପ୍ରାଣକେନ୍ଦ୍ର ରୂପେ ବିଶ୍ବ ବିଖ୍ୟାତ ଶ୍ରୀ କ୍ଷେତ୍ର, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବିରାଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଆଜି ତା ୭.୧୦.୨୦୨୫ ରୁ କାର୍ତ୍ତିକ ବ୍ରତ ଆରମ୍ଭ,
ଏହି ବ୍ରତକୁ କରିବା ନିମନ୍ତେ ଶ୍ରୀ କ୍ଷେତ୍ର କୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ, ଜଣାଯାଏ ଏହି ବ୍ରତ ଧାରୀ ଙ୍କୁ ହବିଷ୍ୟାଳୀ ରୂପେ ଗଣାଯାଏ, ଏକମାସ ପର୍ଯ୍ୟନ୍ତ ଶ୍ରୀ କ୍ଷେତ୍ର ରେ ବାସ କରି ବେଳିକିଆ ଭୋଜନ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ହେଇଛି ମୁଖ୍ୟ କାର୍ଯ୍ଯ, କୋଟିପୁନ୍ୟ ପ୍ରାପ୍ତି ହେବା ନେଇ ଜଣାଯାଏ, ଓଡ଼ିଶା ସରକାର ବ୍ରତ ଧାରୀଙ୍କୁ ପଞ୍ଜିକରଣ ମାଧ୍ୟମରେ ୨୫୦୦ ଜଣଙ୍କୁ ସମ୍ପୂର୍ଣ୍ଣ ନିଃଶୁକ୍ଳ ସେବା ଯୋଗାଇ ଦେଇଆସୁଛନ୍ତି. ବାକି ବିଭିନ୍ନ ହୋଟେଲ, ଧର୍ମଶାଳା ଏବଂ ବ୍ୟକ୍ତିଗତ ବ୍ୟବସ୍ଥାରେ ଏହି ବ୍ରତ କୁ ସମ୍ପାଦାନ କରନ୍ତି, ଦୈନିକ ୫୦ ,୦୦୦ ବ୍ରତ ଧାରୀ ମହିଳା ପୁଣ୍ୟ ପ୍ରାପ୍ତି ନିମନ୍ତେ ପୁରୀ ରେ ଅବସ୍ଥିତ ରହିଥିବା ଜଣାପଡିଛି, ଜିଲ୍ଲା ପ୍ରଶାସନ, ପୋଲିସ, ସମସ୍ତ ପ୍ରକାର ପ୍ରାଥମିକ ସେବା ସୁଚାର ରୁପେ ସମ୍ପାଦାନ କରୁଥିବା ଦେଖାଯାଇଛି.

80
1304 views

Comment