logo

ଦାମନଯୋଡ଼ିରେ ମା'ଗଜଲକ୍ଷ୍ମୀଙ୍କ ପୂଜା

ଦାମନଯୋଡ଼ି,୦୭/୧୦:ନାଲକୋ ଟାଉନସିପରେ ମା'ଗଜଲକ୍ଷ୍ମୀଙ୍କ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହେଉଛି।ମା'ଗଜଲକ୍ଷ୍ମୀଙ୍କ ପୂଜା,ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତୀ ଓ ମନଲୋଭା ମଣ୍ଡପର ସାଜସଜ୍ଜା ଓ ତୋରଣ ଆଦି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା।ସେକ୍ଟର ୧ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅବସ୍ଥିତ ମା'ଲକ୍ଷ୍ମୀଙ୍କ ମନ୍ଦିରରେ ରୀତିନୀତି ଅନୁସାରେ ଷୋଡ଼ଶ ଉପଚାରରେ ମା'ଙ୍କ ପୂଜା ଅନୁଷ୍ଠିତ ହୋଇଛି।ପୂଜକ ଅମିୟ କୁମାର ସାମନ୍ତରାୟ ଓ ଅଜୟ କୁମାର ପଣ୍ଡା ପୂଜାକାର୍ଯ୍ୟ କରିଥିଲେ। ସୁଶାନ୍ତ କୁମାର ଦାଶ ଓ ପତ୍ନୀ ସରୋଜିନୀ ତ୍ରିପାଠୀ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ଉପ ସଭାପତି ବିଛନ୍ଦ ଚରଣ ଦାଶ,ସମ୍ପାଦକ କୈଳାସ ସେନାପତି ଓ ଯୁଗ୍ମ ସଂପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ପରିଚାଳନା କରିଥିଲେ।ସେକ୍ଟର -୩ ମଣ୍ଡପରେ ସାର୍ବଜନୀନ ମା ଦୁର୍ଗା,ମହାଲକ୍ଷ୍ମୀ ଓ ମହାକାଳୀ ପୂଜା କମିଟି ଦ୍ୱାରା ମା'ମହାଲକ୍ଷ୍ମୀଙ୍କର ପୂଜା ସୋମବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି।ବରିଷ୍ଠ ପୂଜକ ପ୍ରଦୀପ ରଞ୍ଜନ ମିଶ୍ର ଏବଂ ଅମର କୁମାର ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବାବେଳେ କର୍ତ୍ତା ରୂପେ ବସନ୍ତ କୁମାର ପଣ୍ଡା ଏବଂ ଧର୍ମପତ୍ନୀ ମୋନାଲିସା ପଣ୍ଡା ଦାୟିତ୍ୱ ନିର୍ବାହ କରୁଛନ୍ତି l କମିଟିର ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ(ବିତ୍ତ)ସଞ୍ଜୟ ଗୁପ୍ତା,ସମ୍ପାଦକ ନିର୍ମଳ କୁମାର ରାଉତ,କୋଷାଧ୍ୟକ୍ଷ ମନୋରଞ୍ଜନ ସାହୁଙ୍କ ସହିତ ସଦସ୍ୟ ହରେନ୍ଦ୍ର ନାଥ ଗିରି,ପ୍ରଫୁଲ୍ଲ କୁମାର ମୁନି,ଆଶିଷ କୁମାର ପଟ୍ଟନାୟକ,ଚିତ୍ତ ରଞ୍ଜନ ରାୟ,ମନୋଜ କୁମାର ବେହେରା,ଚିତ୍ତରଞ୍ଜନ ଦାଶ ଓ ପ୍ରମୋଦ କୁମାର କୁଣ୍ଡ ପ୍ରମୁଖ ପରିଚାଳନା କରିଥିଲେ।ସେହିପରି ସେକ୍ଟର ୧ ଓ ୨ ପୂଜା କମିଟି ପକ୍ଷରୁ ସେକ୍ଟର ୨ ମଣ୍ଡପରେ ମା'ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।ପୂଜକ ପଣ୍ଡିତ ହରିହର ମିଶ୍ରଶର୍ମା,ହୃଦାନନ୍ଦ ମିଶ୍ର ଓ ପ୍ରଭାତ କୁମାର ରଥ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସୁନାଧର ଚପାଡ଼ି ଓ ପତ୍ନୀ ବିମଳା ଚପାଡ଼ି କର୍ତ୍ତା ଦାୟିତ୍ଵ ତୁଲାଇଥିଲ।କମିଟିର ସଭାପତି ଦୀନେଶ ପଟ୍ଟନାୟକ,ସମ୍ପାଦକ ସୁଶାନ୍ତ କୁମାର ବେହେରା,କୋଷାଧ୍ୟକ୍ଷ ରାଜେଶ କୁମାର ବେହେରା,ସନ୍ତୋଷ କୁମାର ଦାଶ,ଶିଶିର କୁମାର ପରିଡ଼ା,ସଦାଶିବ ବେହେରା,ଅମର କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ।

68
1419 views