logo

ମୋବାଇଲ ପାଇଁ ଆତ୍ମହତ୍ୟା।

ଖଇରପୁଟ : ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଅଧିନ ଢେପସାହିରେ ମୋବାଇଲ ପାଇଁ ଜଣେ କୁନି ଝିଅ ଜୀବନ ହାରିଛି। ବାପାଙ୍କୁ ମୋବାଇଲ ମାଗିଥିଲା କୁନି ଝିଅ । ମୋବାଇଲ ନ ଦେବାରୁ ଶେଷରେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲା ଛାତ୍ରୀ । ବାପା ପଦାରେ ଶୋଇଥିବାବେଳେ ହଠାତ୍ ଘରର ଦୁଆର ବନ୍ଧରେ ଗାମୁଛାରେ ବାନ୍ଧି ହୋଇ ଝୁଲିପଡିଥିଲା ନାବାଳିକାଜଣକ । ଉଦ୍ଧାର କରି ମାଥିଲି ସବଡିଭିଜନ ମେଡିକାଲରେ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୋବାଇଲ ପାଇଁ କୁନି ଝିଅ ଜଣକ ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି

0
99 views