logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାମୁଁ ଘରୁ ନାବାଳକ ନିରୁଦ୍ଦିଷ୍ଟ

କେନ୍ଦୁଝର, ତା-୦୪/୧୦/୨୦୨୫(ଧ୍ୟାନକୃଷ୍ଣ ନାୟକ): ମାମୁଁ ଘରକୁ ବୁଲିବାକୁ ଯାଇ ସେଠାରୁ ଜଣେ ନାବାଳକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ନିଖୋଜ ନାବାଳକ ହେଉଛନ୍ତି ଝୁମ୍ପୁରା ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତଙ୍କ ବଡପୁଅ ଓ଼ମ୍ ପ୍ରକାଶ ମହାନ୍ତ (୧୪)। ଏନେଇ ସଦର ଥାନାରେ ଏତଲା ଦାୟର କରାଯାଇଛି।
ସୂଚନା ମୁତାବକ ଓ଼ମ୍ ପ୍ରକାଶଙ୍କୁ କୃଷ୍ଣଚନ୍ଦ୍ର ସାଙ୍ଗରେ ନେଇ ଗତ ୨୯ ତାରିଖ ସୋମବାର ଦିନ ମାମୁଁଘର ସଦର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେ ଗିରିଧର ମହାନ୍ତଙ୍କ ଘରେ ଛାଡି ଆସିଥିଲେ। ଗତକାଲି ଶୁକ୍ରବାର ସକାଳ ପ୍ରାୟ ସାଢେ ସାତଟା ସମୟରେ ଓ଼ମ୍ ପ୍ରକାଶ ଝାଡା ଯାଉଛି କହି ସାଇକେଲ ଧରି ବାହାରି ଆଉ ଘରକୁ ଥିଲେ ଫେରିନଥିଲେ। ଫଳରେ ଗିରିଧର ଭିଣୋଇ କୃଷ୍ଣଚନ୍ଦ୍ରଙ୍କୁ ଖବର ଦେବାସହ ଚାରିଆଡେ ଖୋଜାଖୋଜି କରିଥିଲେ। ଏନେଇ ସଦର ଥାନାରେ କୃଷ୍ଣଚନ୍ଦ୍ର ଅଭିଯୋଗ ଦାଖଲ କରିଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି।ପ୍ରକାଶ ଥାଉକି ଘରୁ ଗଲାବେଳେ ଓ଼ମ୍ ପ୍ରକାଶ ନାଲିରଙ୍ଗର ହାଫ ପ୍ୟାଣ୍ଟ ଓ ଧଳା ରଙ୍ଗର ଫୁଲ୍ ସାର୍ଟ ପିନ୍ଧିଥିଲେ। ଯଦି କୌଣସି ବ୍ୟକ୍ତି ତାଙ୍କ ବାବଦରେ ସୂଚନା ପାଆନ୍ତି ତେବେ ମୋବାଇଲ ନଂ-୯୩୪୮୬୩୩୭୩୮ରେ ଜଣାଇବାକୁ ବାପା କୃଷ୍ଣଚନ୍ଦ୍ର ନିବେଦନ କରିଛନ୍ତି।

106
691 views

Comment