ଅବସର ପ୍ରାପ୍ତ ଅଧ୍ୟାପକ ଙ୍କ ପେନସନ : ଓଡିଶା ସରକାର ଦୃଷ୍ଟି ଦେବେକି ?
ଢେଙ୍କାନାଳ ; ତାରିଖ 01/10/25ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ ଡ଼. ସୁଧାଂଶୁ ଦାଶ ଙ୍କ ଫେସବୁକ ପୋଷ୍ଟ ଟି ପଢ଼ିଲି। ସେ ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ କବି। ତାଙ୍କର କ୍ଷୋଭ ଯେତେକି ତାଙ୍କ ପ୍ରତି ନୁହେଁ ; ତାହା ଠାରୁ ବହୁଗୁଣ ଦୁଃଖ ଦେଉଛି ଏହି ଅନ୍ୟାୟର ଶିକାର ହେଉଥିବା ଅଧ୍ୟାପକ ମାନେ ଓ ତାଙ୍କର ପରିବାର। ସଭ୍ୟ ସମାଜର ଓଢଣୀ ତଳେ ଲୁଚି ହଜି ଯାଉଥିବା ଭୋକ ର ଜ୍ୱାଳା। ଯେଉଁ ଦେଶ ବିଶ୍ୱର ତୃତୀୟ ଅର୍ଥ ନୈତିକ ଶକ୍ତି ହେବାର ସ୍ୱପ୍ନ ଦେଖୁଛି ,ଯେଉଁ ଓଡିଶା ରାଜ୍ୟ ର ନେତୃତ୍ୱ 2036 ମସିହା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ର ଶତାଦ୍ଦୀ ପୁର୍ତ୍ତୀ ର ସ୍ବତନ୍ତ ଖସଡ଼ା ପ୍ରସ୍ତୁତ କରୁଛି ,ସେଠାରେ ଭୋକ ର ଭୂଗୋଳ କିପରି ଦେଖି ପାରୁନି ? ଯେଉଁଠାରେ ଶିକ୍ଷକ/ଅଧ୍ୟାପକ ମାନେ ଜୀବନର ଅପରାହ୍ନରେ ପେନସନ ରୁ ବଞ୍ଚିତ ହୋଇଛନ୍ତି / ହେଉଛନ୍ତି , ଓଡିଶା ରାଜ୍ୟ ସରକାର ସହୃଦୟତାର ସହିତ ସେମାନଙ୍କ ପେନସନ ମଞ୍ଜୁର କରିବାକୁ ନିବେଦନ। ଲୋକଙ୍କ ସରକାର ଉପରେ ଲୋକଙ୍କ ବିଶାସ ସହିତ ଏହି ନିବେଦନ ରଖୁଛୁ।ଏହି କ୍ରମରେ ଡ଼. ସୁଧାଂଶୁ ଦାଶ, ଅବସର ପ୍ରାପ୍ତ ଇଂଲିଶ ଅଧ୍ୟାପକ ଙ୍କ ଫେସବୂକ ପୋଷ୍ଟ"ଶୂନ୍ୟ ଅବସର" ଟି ଏଥିରେ ପ୍ରକାଶ କଲି। ଆଶାକରେ ପାଠକ/ପାଠିକା ମାନେ ସମସ୍ୟାର ଗୁରୁତ୍ୱ କୁ ଉପଲବ୍ଧି କରିବା ସହ ମୋ' ସହିତ ମଧ୍ୟ ଏହି ପୋଷ୍ଟ ଟିକୁ ସେୟାର କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହଯୋଗ କରିବେ। "ଶୂନ୍ୟ ଅବସର"ଅବସର ପରେ ସରକାର ଙ୍କ କୈାଣସି ଯୋଜନା ନଥିବାରୁ ଦୀର୍ଘ ଦିନ ଗଣ୍ଡେ ଭାତିଆ ବିନିମୟ ରେ ସରକାର ଙ୍କୁ ଆନ୍ତରିକତା ସହ ସେବା ଦେଇ ସେବା ନିବୃତ ହୋଇଥିବା ଓଡ଼ିଶା ସରକାରଙ୍କ ବର୍ଗୀକରଣ ନିୟମ ର ଶୀକାର ହୋଇଥିବା ୬୬୨ ବର୍ଗର ମହାବିଦ୍ୟାଳୟ ଗୁଡ଼ିକର ଅଧ୍ୟାପକ ତଥା କର୍ମଚାରୀ ମାନଙ୍କ ଅବସ୍ଥା ବର୍ତ୍ତମାନ ଶୋଚନୀୟ ଓ ଅନାହାର ଜନିତ ମୃତ୍ୟୁ ଅପେକ୍ଷାରେ ଏମାନେ। ନା ଏମାନେ ସରକାର ଙ୍କ ପାଞ୍ଚ ଟଙ୍କିଆ ରନ୍ଧା ଖାଦ୍ୟ ଖାଇବାକୁ ଧାଡ଼ିରେ ଠିଆ ହୋଇ ପାରିବେ ନା ଟଙ୍କିକିଆ ଚାଉଳ କିଣି ପରିବାର ପୋଷଣ କରି ପାରିବେ? ପାଞ୍ଚ ପ୍ରାଣୀ କୁଟୁମ୍ବ ବନ୍ଧା ଏମାନଙ୍କ ବେକରେ।ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ ଭୋକର କଷ୍ଟ କେତେ ସହିବେ ନୀରବରେ? କ'ଣ ପାପ ଏମାନଙ୍କ ର ? ୧-ଏମାନେ ସରକାର ଙ୍କ ସବୁ ନିୟମ କୁ ନିଷ୍ଠା ର ସହ ପାଳନ କରି, ଶିକ୍ଷା ଦାନ ଦେବାରେ କେବେ ବି ଅବହେଳା କରିଛନ୍ତି କି? ୨-ରାଜ୍ୟ ର ଶୈକ୍ଷିକ ଉତ୍ତରଣ ରେ ଏମାନଙ୍କ ର ସକ୍ରିୟ ଯୋଗଦାନ ନାହିଁ କି?୩- ପେଟ ପାଇଁ ସରକାର ଙ୍କ ପାଖରେ ଅଳି କରିବା ଅପରାଧ କି?୪-ଏମାନେ ଦାୟିତ୍ଵ ସମ୍ପର୍ଣ୍ଣ ନୁହଁନ୍ତି କି?୫- ଏମାନେ ବଞ୍ଚି ରହିବାପାଇଁ ଯୋଗ୍ୟ ନୁହଁନ୍ତି କି?ଏମାନଙ୍କ ମୃତ୍ୟୁ ପାଇଁ ସରକାର ଙ୍କ ଠାରେ ପାପ ଲାଗିବ ନିଶ୍ଚୟ ଆଉ ସେହି ପାପ କୁ ଧୋଇବା ପାଇଁ ସମୁଦ୍ରେ ପାଣି ବି ଅଭାବ ପଡିବ।ଏଣୁ ସରକାର ଙ୍କୁ ଅନୁରୋଧ,ଏ ଅସହାୟ ଶିକ୍ଷକ ମାନଙ୍କର ବଞ୍ଚିବା ପାଇଁ କିଛି ଅବସର କାଳୀନ ଆର୍ଥିକ ବ୍ୟବସ୍ଥା କରନ୍ତୁ କିମ୍ବା ଇଛା ମୃତ୍ୟୁ ର ଅନୁମତି ଦିଅନ୍ତୁ। ସୁଧାଂଶୁଅନକ୍ସା ଭବନଅଦାଲତ ଛକଢେଙ୍କାନାଳ