logo

*କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ବାପା ଗିରଫ ପୁଅ ଫେରାର୍*

ଦାମନଯୋଡି: ଦାମନଯୋଡି ଥାନା ଅନ୍ତର୍ଗତ ଅଁଳାବାଡ଼ି କଲୋନୀରେ ରହୁଥିବା ପ୍ୟାରିମୋହନ ନାୟକ (୫୨) ନାମକ ବ୍ୟକ୍ତି କୁ ଦାମନଯୋଡି ପୁଲିସ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବର ରୁ ପ୍ରକାଶ ଯେ, ଦୀର୍ଘ ବର୍ଷ ହେବ ପ୍ୟାରିମୋହନ ନାଲକୋ ବିସ୍ଥାପିତ କଲୋନୀ ଅଁଳାବାଡ଼ି ରେ ପରିବାର ସହ ରହି ଘରୋଇ ଟ୍ୟୁସନ କରି ଚଳୁଥିଲା। ନାଲକୋ କର୍ମଚାରୀ ମାନେ ଅବସର କାଳୀନ କୋଟି କୋଟି ଟଙ୍କା ପାଉଥିବା ଜାଣିବାକୁ ପାଇଲା । ଲୋକ ଙ୍କ ଠାରୁ ସେହି ଟଙ୍କା କୁ କିପରି ହଡପ କରିହେବ ତାହାର ଯୋଜନା କରି ଲୋକ ଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ଆରମ୍ଭ କରିଥିଲ । ନିଜ ବଡ଼ ପୁଅ ଆକାଶ ବିଭିନ୍ନ କମ୍ପାନୀ ରେ ଗାଡି ଚଳାଇବା ଟେଣ୍ଡର ପାଇଛି, ସେଥିରେ ଗାଡ଼ି ଲଗାଇ ମାସିକ ଲକ୍ଷ ଲକ୍ଷ ଟଙ୍କା ଲାଭ ପାଇବାର ପ୍ରଲୋଭନ ଦେଖାଇ ବର୍ଷ ବର୍ଷ ଧରି ବିଭିନ୍ନ ଲୋକ ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି । ବିଭିନ୍ନ ଗାଡ଼ିର ନକଲି ନଥିପତ୍ର ଦେଖାଇବା ସହ ପ୍ରଥମେ ଲୋକମାନଙ୍କୁ କିଛି ମାସ ପର୍ଯ୍ୟନ୍ତ ଲାଭାଂଶ ଟଙ୍କା କହି ଜିଛି କିଛି ଟଙ୍କା ପ୍ରଦାନ କରିଥିଲା । ପରବର୍ତ୍ତୀ ସମୟରେ ଟଙ୍କା ନ ଦେଇ ଲୋକ ମାନଙ୍କୁ ଭଣ୍ଡାଇ ଥିଲା । ଦିର୍ଘ ଦିନ ର ନିରବତା ପରେ ଟଙ୍କା ଫେରି ନ ପାଇବାରୁ ଟଙ୍କା ଦେଇଥିବା ଲୋକେ ହତାସ ହୋଇ ପଡ଼ିଥିଲେ । ତେବେ ପ୍ରଥମେ ସାହସ କରି ଅଭିଯୁକ୍ତ ର ପଡୋଶୀ ବଳରାମ ନାୟକ ବାଧ୍ୟ ହୋଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଦାମନଯୋଡି ଥାନା ଅଧିକାରୀଣୀ ପ୍ରମିଳା ବିଡିକା ଅଭିଯୋଗ କୁ ଭିତି କରି ଥାନା କେସ ନମ୍ବର ୧୨୯/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ସତ୍ୟାସତ୍ୟ ଜାଣିବା ପରେ ଅଭିଯୁକ୍ତ ପ୍ୟାରୀମୋହନ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଏହି ଠକେଇ ରେ ବାପ ପୁଅଙ୍କ ବ୍ୟତୀତ ଅନ୍ୟ କିଛି ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି । ଠକେଇ ଟଙ୍କାରେ ଅଭିଯୁକ୍ତ ଓ ପରିବାର ବେଶ୍ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ପ୍ରାୟ ୭ କୋଟି ଟଙ୍କା ଠକି ଥିବା ଜଣାପଡୁଥିବା ବେଳେ ଆହୁରି ଅଧିକ ଟଙ୍କା ଠକି ଥିବା ଅନୁମାନ କରାଯାଉଛି । ଠକାମିର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ସ୍ବଇଛାରେ ପୂଲିସ କୁ ତଦନ୍ତ କରିବାରେ ସହଯୋଗ କଲେ ଅନେକ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏହି ଘଟଣାରେ ରେ ବାପା ଗିରଫ ହୋଇଥିବା ବେଳେ ପୁଅ ଅଶୋକ ଫେରାର ଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲାରେ ନବରତ୍ନ ନାଲକୋ ଓ ମହାରତ୍ନ ଏଚ ଏ ଏଲ ଭଳି ଉଦ୍ୟୋଗ ଥିବା ରୁ ଅନେକ ଠକ ଓ ଭଣ୍ଡ ଏହାର ସୁଯୋଗ ନେଇ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବା କୁ ପ୍ରୟାସ କରୁଛନ୍ତି । ତେବେ ସେହି ଠକ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ପୁଲିସ ପକ୍ଷରୁ ଜନସାଧାରଣ ଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଦେଖିବାକୁ ବାକି ରହିଲା ଟଙ୍କା ଦେଇଥିବା ଲୋକେ ନିଜର ଟଙ୍କା କେବେ ଫେରି ପାଇବେ ।

257
8161 views