logo

ଅଇଡା ମଣ୍ଡଳ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଠମଲ୍ଲିକ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଠାରୁ ପନ୍ଦର ଦିନ ବ୍ୟାପୀ ଚାଲୁ ଥିବା ସେବା ପକ୍ଷ ପରୀପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ରେ ଆଜି ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଇଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟି ଅଇଡ଼ା ମଣ୍ଡଳ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୮୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅନୁଗୋଳ ଜିଲ୍ଲା ବିଜେପି ଉପ ସଭାପତି ଅଜୁର୍ନ କୁମାର ସାହୁ ,ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ଯୋତିଶରାୟ ,ରାଜ୍ୟ କାର୍ଯ୍ୟ ପରିଷଦ ସଭ୍ୟ ପରେଶ ଦେଓ ,ଅଇଡା ସରପଞ୍ଚ ସୁବାଶିନୀ ସେଠୀ , ନଗର ମଣ୍ଡଳ ଜିଲ୍ଲା ପ୍ରତିନିଧି ଅବନୀ ପ୍ରଧାନ, କାଉନସିଲର ତଥା ଯୁବ ନେତା ନୁତନ ବେହେରା, ନଗର ମଣ୍ଡଳ ସଭାନେତ୍ରୀ ଶୈଳବାଳା ଅମାନ୍ତ ,ଅନ୍ୟତମ ଅତିଥି ଭାବରେ ଆଠମଲ୍ଲିକ ତହସିଲଦାର ପ୍ରସନ୍ନ ଟେଟେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିଟସ ମହାନନ୍ଦିଆ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ଆଠମଲ୍ଲିକ ବ୍ଲଡ ବ୍ୟାଙ୍କ୍ ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା।ସମସ୍ତ କାର୍ଯ୍ୟ ମଣ୍ଡଳର ସଭାପତି ରଞ୍ଜିତ କୁମାର ମୁଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନ ରେ ଆୟୋଜିତ ହୋଇଥିବା ବେଳେ ଦଳର ସମସ୍ତ ଶୀର୍ଷ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

46
2162 views
1 comment  
  • Dhananjaya Nayak

    🙏🏽👍👍