logo

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଭାରତୀୟ ଯୁବ ମୋର୍ଚ୍ଚା ପକ୍ଷରୁ ସେପ୍ଟେମ୍ବର ୧୭ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଜୟପାଟଣା ସ୍ଥିତ ପିଆର ପ୍ଲେସ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା।ଏଥିରେ ଡକ୍ଟର ସୁବ୍ରଜିତ ବିଶ୍ଵାଳ ଉଦ୍ଘାଟନ କରିଥିଲେ।ସଂମାନୀୟ ଅତିଥି ରୂପେ ପୂର୍ବତନ ଜିଲ୍ଲା ସଭାପତି ଶେଷଦେବ ବେହେରା,ବିଜୟ ଦିସାରି, ବିଜୟାଦେବ ସାହୁ, ରଶ୍ମି ରଂଜନ ସାହୁ ଉପସ୍ଥିତ ଥିଲେ।ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀ ମାନେ ଆସି ରକ୍ତ ଦାନ କରିଥିବା ବେଳେ ୫୦ ୟୁନିଟ ରକ୍ତ ସଂଗହ ହୋଇଥିଲା।କାର୍ଯ୍ୟକ୍ରମରେ ବିଜେପି ଯୁବ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଅବିନାଶ ନନ୍ଦ, ଜୟପାଟଣା ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା, ମହିଳା ନେତ୍ରୀ ଅମୃତା ପଣ୍ଡା,ରାଜଲକ୍ଷ୍ମୀ ଦଳପତି, ଭୂମିଶୁତା ନାଏକ
ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ।ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସେବାପକ୍ଷ ପାଳନ କରାଯିବ ବୋଲି ସୂଚନା ମିଳିଛି।

43
700 views