
ବାବା ଧବଳେଶ୍ଵର ୱେବ ମିଡ଼ିଆ ସାମ୍ବାଦିକ ମହାସଂଘ ଆଠମଲ୍ଲିକ ପକ୍ଷରୁ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।
ଅନୁଗୋଳ (କରୁଣାକର ନାୟକ)୧୮/୯ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ଅନ୍ତର୍ଗତ ମା ହିଙ୍ଗୁଳାଇ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ବାବା ଧବଳେଶ୍ଵର ୱେବ ମିଡ଼ିଆ ସାମ୍ବାଦିକ ମହାସଂଘ ଆଠମଲ୍ଲିକ ପକ୍ଷରୁ ଏକ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମର ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ଧୂପ ପ୍ରଜ୍ଜ୍ୱଳନ କରି ମହାସଂଘର ସଭାପତି କରୁଣାକର ନାୟକ ଙ୍କ ସଭାପତିତ୍ବ ସଭା ଅନୁଷ୍ଠିତ ହୋଇଥିଲା l ହଣ୍ଡପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ ସ୍ବାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଲୁହାମୁଣ୍ଡା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଧୁବେଇ ଚରଣ ବେହେରା , ମା ହିଙ୍ଗୁଳାଈ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଲୁହାମୁଣ୍ଡା ଗ୍ରାମ ସଭାପତି ବିବେକାନନ୍ଦ ବିଶ୍ଵାଳ, ଲୁହାମୁଣ୍ଡା ଶିକ୍ଷା କମିଟି ସଭାପତି ରଣଜିତ୍ ପ୍ରଧାନ , ଜିଲାପରିଷ ଙ୍କ ପ୍ରତିନିଧି ଅରୁଣ କୁମାର ସାହୁ, ସଦାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ ପ୍ରକାର କଳା କୃତି ଅର୍ଜନ କରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିବା ଆଠମଲ୍ଲିକ ଉପଖଣ୍ଡର ୮ ଜଣ ଶିକ୍ଷକ ଯଥା ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କିଶୋର ନଗର ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି, ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ବିଲେଇନାଳୀ ଶିକ୍ଷକ ଅଶ୍ୱକ ଜେନା, ପିଏମଶ୍ରୀ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଆଠମଲ୍ଲିକ ଶିକ୍ଷକ ସୁଧାଂଶୁ ଶେଖର ବିଶ୍ଵାଳ, ମନୋଜ କୁମାର ପାତ୍ର, ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଚିତାନନ୍ଦ ଦେହୁରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧଉରାପାଲି ଶିକ୍ଷକ ମହେଶ୍ୱର ମେହେର, ମା ହିଙ୍ଗୁଳାଈ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅରୁଣ କୁମାର ସାହୁ ଙ୍କୁ ଉତୋତର କାମନା କରି ୱେବ ମିଡ଼ିଆ ମହାସଂଘ ଆଠମଲ୍ଲିକ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମର୍ଧିତ କରାଯାଇଥିଲା l ମୁଖ୍ୟ ଅତିଥି ଓ ସମର୍ଧିତ ଶିକ୍ଷକ ଗଣ ଶିକ୍ଷା ର ମହାନତା ଓ ଶିକ୍ଷା ଅଧ୍ୟୟନ ରେ ଛାତ୍ର ଛାତ୍ରୀ ମାନଙ୍କ ମୁଖ୍ୟ ଭୂମିକା ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମ ଚାରି ଗଣ ସମ୍ପୂର୍ଣ୍ଣ ସହଯୋଗ କରି ଥିବାରୁ ଶାନ୍ତି ଶୃଙ୍ଖଳା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସର୍ବ ଶେଷରେ ୱେବ ମିଡ଼ିଆ ମହାସଂଘ ର ସମ୍ପାଦକ ଦୀପକ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିବାକୁ ସଭାପତିଙ୍କୁ କହିଥିଲେ l