logo

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଗାଙ୍ଗେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ପଟ୍ଟାଙ୍ଗି,କୋରାପୁଟ, ଓଡିଶା ।

ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିନରେ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ପଟ୍ଟାଙ୍ଗୀ ୧୭/୦୯:ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିବସ ଅବସରରେ ପଟ୍ଟାଙ୍ଗୀସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍‌ ଆନୁକୁଲ୍ୟରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି୤ ପଟ୍ଟାଙ୍ଗି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଟି ମିନତୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରି ଥିଲେ । ସମ୍ମାନୀତ ଅତିଥି ଭାବରେ ଯୁବ ରେଡକ୍ରସ୍‌ର ଆଜିବନ ସଭ୍ୟ ପ୍ରଫେସର ଚିତ୍ତ ରଞ୍ଜନ ମିଶ୍ର, ଶ୍ରୀମତି ସ୍ନିଗ୍ଧାରାଣୀ ମିଶ୍ର, ପୁକାଲି ସି ଆର ସି ରୁଦ୍ରନାରାୟଣ ପ୍ରଧାନ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ଉପସ୍ଥିତ ଅତିଥିମାନଙ୍କୁ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାମକୃଷ୍ଣ ସାମଲ ପାଛୋଟିନେଇ ସହିଦ୍‌ ଲକ୍ଷ୍ମଣ ନାୟକଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୁର୍ତ୍ତି ଏବଂ ହେନେରୀ ଡୁରାଣ୍ଟଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଏହି ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ ୤ ଏହି ଶିବିରରେ ଗାଙ୍ଗେଶ୍ୱରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସ୍ନାତକ ମହାବିଦ୍ୟାଳୟ ଏବଂ ପଟ୍ଟାଙ୍ଗିର ବିଭିନ୍ନ ଅଞ୍ଚଳରୁ ୫୦ ଜଣ ସ୍ୱେଚ୍ଛାସେବି ରକ୍ତ ଦାନ କରିଥିଲେ୤ ସେମାନେ ହେଲେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାମକୃଷ୍ଣ ସାମଲ, ଅଧ୍ୟାପକ ଅଶୋକ ନାୟକ, ସରୋଜ ରଞ୍ଜନ ଭୂୟାଁ, ସ୍ୱେଛାସେବି ପ୍ରଶାନ୍ତ ପାତ୍ର, ଗଣେଶ କାଡ୍ରି, ରାଜେନ୍ଦ୍ର ଯାଙ୍ଗଡା, ଧିରେନ୍ଦ୍ର ଗୁଣ୍ଠା, ପୱନ ଗେମେଲ, ସୁନିଲ ବୋଇ, କ୍ରିଷ୍ଣା ଗୁଣ୍ଠା, ମୁରଲି ପାଙ୍ଗି, ରାମବାବୁ ହନ୍ତାଳ, ସୁବାସ ଚନ୍ଦ୍ର କନୟା, ସୁମନ୍ତ ଯାନି, ସିଙ୍ଗୁରୁ ତାଡିଙ୍ଗୀ, ଅମିତ ଗେମେଲ, ଚାନ୍ଦିନୀ ଖିଲ୍ଲ, ସୁମିତ୍ରା ହନ୍ତାଳ, ଦିପା ହନ୍ତାଳ, ଅମିତା ଖିଲ୍ଲ, ରଶ୍ମିତା ପାଙ୍ଗି, ଶ୍ରୀକାନ୍ତ ପୁଜାରୀ, ବିଲୁ ମାଣ୍ଡିଆ, ସୁବାସ ଚିଡିଙ୍ଗା, ଗଣେଶ ମାଣ୍ଡିଆ, କେଶବ ପୋଡାଲ, କ୍ରିଷ୍ଣା ଲେବୁଦୁବାରିକ, ମନୋଜ ସିଙ୍ଗରାପ, ମନୋରଞ୍ଜନ ପାଙ୍ଗି, ନମିତା ହନ୍ତାଳ, ରଞ୍ଜିତ ଖିଲ୍ଲ, ରାରୁଲୁ ଯାନି, ପ୍ରଫୁଲ୍ଲ, ସିନ୍ଦେରି, କୃଷ୍ଣ ମାଣ୍ଡିଆ, ମୋହନ ଯାନି, ଆଜିତ ଖରା, ସଙ୍କର ହନ୍ତାଳ, ଧନଞ୍ଜୟ ପୁଜାରୀ, ପ୍ରଶାନ୍ତ ପାଣ୍ଡେଇ, ସୁରେନ୍ଦ୍ର ମାଣ୍ଡିଆ, ସନ୍ତୋଷ ଗୁଣ୍ଠା, ମମତା କନ୍ୟା, ଅନିତା ପାମିଆ, ଫିରୋଜ ବାଙ୍କା, ରାଜେନ୍ଦ୍ର ପଟ୍ଟନାୟକ, ବିମଳ ମୁଣ୍ଡଗଡିଆ, ଉପେନ୍ଦ୍ର ଖରା, ରଞ୍ଜିତ ପାଣିଗ୍ରାହି, ଜିତୁ ରୁଢି, ଭୈରବ ଦଳାଇ। ଏହି କାର୍ଯ୍ୟକ୍ରମରେ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଯୋସ୍ନାମୟୀ ସାହୁ, ଅଧ୍ୟାପକ ଡଃ ଶେଷଦେବ ବାରିକ, ବୈଲୋଚନ ରଣା, ଅଶୋକ ନାୟକ, ଶିକ୍ଷା ଭିଭାଗର ଡେମୋନେଷ୍ଟ୍ରେଟର ସୁଧାଂଶୁ ଭୂଷଣ ଯେନା, ଲାଇବ୍ରେରିୟାନ ସଂଜୟ କୁମର ପରିଡା , ହୃଷିକେଶ ପ୍ରଧାନ, ତୋଟାପାଡିଆ ଜିନୁ, ଫକିର ମୋହନ ପଣ୍ଡା, ଦଇମତି ଗୁଣ୍ଠା ଗାଙ୍ଗେଶ୍ୱରୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ପରିଡା, ଅମିୟ କୁମାର ସ୍ୱାଇଁ, ଜେମେସଫ୍ରାଙ୍କଲିନ ଖରା, ଅଧ୍ୟାପିକା ଅବନୀ ମହାରଣା, ଅଧ୍ୟାପିକା ମାନସି ପଲେଇ , ଶିକ୍ଷା ଭିଭାଗର ଡେମୋନେଷ୍ଟ୍ରେଟର ଗିତାଞ୍ଜଳୀ ବିଶୋଇ, ପ୍ରଶାନ୍ତ କୁମାର ଦାସ, ଆଶିଷ କୁମାର ମହାରଣା, ଅକ୍ଷୟ କୁମାର ବେହେରା, ଦାସରଥି ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଭିନ୍ନ ସମୟରେ ଚୈତନ୍ୟ ନନ୍ଦିବାଲି, ବଳରାମ ବାରିକ ପ୍ରଭୃତି ସମାଜସେବିମାନେ ଯୋଗଦେଇ ସ୍ୱେଚ୍ଛାସେବି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରଟି ଯୁବରେଡକ୍ରସ୍‌ କାଉନସିଲର ଅଧ୍ୟାପକ ସରୋଜ ରଂଜନ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା୤ ସହିଦ୍‌ ଲକ୍ଷଣ ନାୟକ ଭେଷଜ ମହାବିଦ୍ୟାଳୟର ଭି ଗଙ୍ଗାଧର, ଅଜିତ କୁମାର ଗୌଡ ଏବଂ ସେମାଙ୍କର ସହଯୋଗିମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।

56
3699 views