logo

ସୁସ୍ଥ ନାରୀ,ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ସ୍ବାସ୍ଥ୍ୟ ଶିବିର

ଦାମନଯୋଡ଼ି,୧୮/୦୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୭ ତାରିଖରେ 'ସୁସ୍ଥ ନାରୀ,ସଶକ୍ତ ପରିବାର ଅଭିଯାନ' ଶୁଭାରମ୍ଭ କରିଥିଲେ।ମହିଳା ମାନଙ୍କ ନିମନ୍ତେ ଜାତୀୟ ପଦକ୍ଷେପ ସମନ୍ୱିତ ଏହି ଅଭିଯାନ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିଛି।ଏହି ଅଭିଯାନ ଅନ୍ତର୍ଗତ ଏକ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ଶିବିର ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଗ୍ରାମରୁ ୨୮୭ରୋଗୀ ଯୋଗଦେଇ ଥିଲେ। ରୋଗୀଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା ସହିତ ଚିକିତ୍ସା, ପରାମର୍ଶ ଓ ଔଷଧ ପରୀକ୍ଷା ହୋଇଥିଲା।କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାରୁ ଶଲ୍ୟ,ସ୍ତ୍ରୀ ରୋଗ ଓ ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଓ ଅଧିକାରୀ ଯୋଗଦେଇ ସ୍ବାସ୍ଥ୍ୟସେବା ଯୋଗାଇଥିଲେ।ଅଙ୍ଗନୱାଡ଼ି କର୍ମୀଙ୍କ ପକ୍ଷରୁ ଏକ ପୋଷଣ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ମାନିତ ଅତିଥି ତଥା ବିଧାୟକଙ୍କ ପ୍ରତିନିଧି ସାନ୍ଦ୍ରା ସିଶା ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ତଥା କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ଫିତାକାଟି ଶିବିର ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ତଥା କୋରାପୁଟ ଜିଲ୍ଲା ପରିଷଦ ସଦସ୍ୟ ମିହିର କୁମାର କୁଲଦୀପ ଉପସ୍ଥିତ ଥିଲେ। କୋରାପୁଟ ଅତିରିକ୍ତ ଜିଲ୍ଲା ଜଣସ୍ବାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡ଼ାଃ ଶିବ ସାଇ ସ୍ୱରୂପ ଓ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ (ଯକ୍ଷ୍ମା) ବନିତା ସାମଲଙ୍କ ସହିତ ଶିବିର ଉଦଘାଟନ ସମୟରେ ଉପସ୍ଥିତ ଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିର ଆୟୋଜନରେ ବିପିଏମ ନୂତନ ସିଂ ଓ ପିଏଚଇଓ ବିଜୟ ଖିଲ ନେତୃତ୍ବ ନେଇଥିଲେ।ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ,ଅଧିକାରୀ ଓ ଆଶାକର୍ମୀ ସହଯୋଗ କରିଥିଲେ।ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ସମସ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ର,ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ସ୍ଵତନ୍ତ୍ର ଶିବିର ମାନ ଆୟୋଜନ ହେବ ବୋଲି ସୂଚନା ମିଳିଛି।

83
2862 views