ଶାରଦୀୟ ଷୋଳପୂଜାର ପଞ୍ଚମ ଦିବସରେ ସ୍କନ୍ଦମାତା ବେଶରେ ମା ବନଦୁର୍ଗା
ଖୋର୍ଦ୍ଧା:୧୮/୦୯/୨୦୨୫ : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ଶାରଦୀୟ ଷୋଳପୂଜାର ପଞ୍ଚମ ଦିବସରେ ସ୍କନ୍ଦମାତା ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା'ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ପରେ ମା'ଙ୍କର ସହସ୍ର କୁମ୍ଭାଭିଷେକ କରାଯାଇଛି ଏବଂ ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ଶ୍ରୀ ମହାପ୍ରସାଦ ମା'ଙ୍କୁ ସମର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି। ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଓ ପଣ୍ଡିତ ତପନ କୁମାର ମହାପାତ୍ର , ବିଷ୍ଣୂପ୍ରୀୟା ପଟ୍ଟଯୋଷୀ, ସୁବ୍ରତ ମିଶ୍ର, ପଣ୍ଡିତ ସୀତାକାନ୍ତ ଦାଶ ଓ ବେଦ ବିଦ୍ୟାର୍ଥୀ ମାନେ ସହଯୋଗ କରିଥିଲେ ଏବଂ ଗ୍ରାମର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା'ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।