logo

ଶିଶୁ ବିଦ୍ୟା ମନ୍ଦିର (ସମିତି ) ପକ୍ଷରୁ ଗୋଟିଏ ବୃକ୍ଷ ମା ପାଇଁ କାର୍ଯ୍ୟକ୍ରମ

ଖୋର୍ଦ୍ଧା, ୧୭/୯/୨୫ : ନିରାକାରପୁର ରେଳ ଷ୍ଟେସନ ନିକଟରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର (ସମିତି) ପରିସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ତିଥି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ପେଡ ମା’କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମାଜସେବୀ ପ୍ରସାଦ ଦାସ ଙ୍କ ପରିଚାଳନାରେ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଔଷଧିୟ ବୃକ୍ଷ ରୋପଣ କରାଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କର ସୁଖ, ସମୃଦ୍ଧ ଓ ନିରାମୟ ଜୀବନ କାମନା କରାଯାଇଥିଲା।ବିଦ୍ୟା ମନ୍ଦିର ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ପରିଚାଳନା ସଭାପତି ସୁରେନ୍ଦ୍ର ସାହୁ,ମାଧବ ପାଇକରାୟ, ମନ୍ମଥ ବେହେରା,ଚିତ୍ତରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ଓ କର୍ମଚାରୀ ସାମୁହିକ ବୃକ୍ଷ ରୋପଣ କରିଥିଲେ

56
2767 views