logo

ନିରାକାରପୁର ବିଜେପି ମଣ୍ଡଳ ପକ୍ଷରୁ ଧରିତ୍ରୀ ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ

ଖୋର୍ଦ୍ଧା,୧୭/୯/୨୫ : ସ୍ଥାନୀୟ ରେଳ ଷ୍ଟେସନ ନିକଟରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର (ସମିତି )ପରିସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ତିଥି ଅବସରରେ ନିରାକାରପୁର ବିଜେପି ମଣ୍ଡଳ ପକ୍ଷରୁ ଏକ ପେଡ ମା’କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୨ ନମ୍ବର ଜୋନର ମଣ୍ଡଳ ସଭାପତି ଅଜୟ କୁମାର ପାଇକରାୟଙ୍କ ନେତୃତ୍ୱରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଔଷଧିୟ ବୃକ୍ଷ ରୋପଣ କରାଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କର ସୁଖ, ସମୃଦ୍ଧ ଓ ନିରାମୟ ଜୀବନ କାମନା କରାଯାଇଥିଲା। ସମାଜସେବୀ ଶ୍ରୀପ୍ରସାଦ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ବରିଷ୍ଠ କାର୍ଯ୍ୟକର୍ତା ପ୍ରଫୁଲ ଚନ୍ଦ୍ର ଜେନା,ସାମ୍ବାଦିକ ଦୀପକ ପ୍ରଧାନ, ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ସନାତନ ବାରିକ, ମନ୍ମଥ ବେହେରା, ୯ନମ୍ବର ଜୋନର ମଣ୍ଡଳ ସଭାପତି ମାଧବ ପ୍ରସାଦ ମହାନ୍ତି, ମଣ୍ଡଳ ସମ୍ପାଦିକା ପୁଷ୍ପଲତା ବେହେରା, ମଙ୍ଗୁଳି ମହତରାୟ ସୁକାନ୍ତ ଗଜେନ୍ଦ୍ର ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

105
3109 views