logo

ଜୟ ପ୍ରକାଶ ଉଚ୍ଚ ବିଦ୍ୟାଳୟରେ "ଏକ ପେଡ ମାଆ କେ ନାମ ପର" କାର୍ଯ୍ୟକ୍ରମ ଅନୁଷ୍ଠିତ, ସେମିଳିଗୁଡା,କୋରାପୁଟ, ଓଡିଶା,ତା୧୭୵୯୵୨୫(ବୁଧବାର)

ମା ପାଇଁ ଗଛ ଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ ଦାମନଯୋଡି:-୧୭୵୯ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାକଝୋଲା ଗ୍ରାମ ପଂଚାୟତ ଉପର ମାନିଆ ର ଜୟ ପ୍ରକାଶ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଏକ ପେଡ଼ ମା'କେ ନାମ ପାଳିତ ହୋଇ ଥିଲା । ଏହି କାଯ୍ୟ କର୍ମ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଅଶୋକ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇ ଥିଲା । ଶ୍ରୀ ଯୁକ୍ତ ପଟ୍ଟନାୟକ ପରିବେଶ ସୁରକ୍ଷା ଉପରେ ଏବଂ ଆମ ଜନ୍ମ ଦାତ୍ରୀ ମା 'ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା 'ର ସୁରକ୍ଷା ପାଇଁ ଗଛଟିଏ ଉପରେ ଆଲୋକ ପାତ କରିଥିଲେ । ବିଶ୍ୱରେ କିପରି ଗଛ ଲଗାଇବା, ମିଳିମିଶି ଆମ ପରିବେଶ ର ଯତ୍ନ ନେବା ଭବିଷ୍ୟତ ପିଢ଼ି ପାଇଁ ଏକ ସୁନ୍ଦର ପୃଥିବୀ ଗଢି ତୋଳିବା ହୋଇ ପାରିବ ଏବଂ ମା, ନାମ ରେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇ ବାକୁ ଅନୁରୋଧ କରିଥିଲେ, ବୃକ୍ଷ ଆମ ଜୀବନ ବୃକ୍ଷରୁ ସବୁଜିମା, ଅମ୍ଳଜାନ ପ୍ରଦାନ, ବୃଷ୍ଟିପାତ, ଜଲସଂରକ୍ଷଣ, ପରିବେଶ ସନ୍ତୁଳନ, ତାପମାତ୍ରା ନିୟନ୍ତ୍ରଣ,ଫୁଲ, ଫଳ,ଛାଇ,ମୂର୍ତ୍ତିକା ସଂରକ୍ଷଣ, ଶବ୍ଦ ଓ ବାୟୁ ପ୍ରଦୁଷଣ ନିୟନ୍ତ୍ରଣ, ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା,ମିଳୁଥିବାରୁ ବୃକ୍ଷର ଉପକାରିତା ଓ ମହାନତା ବିଷୟ ରେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅଥିତି ଭାବେ ନାଲକୋ ର ଅବସର ପ୍ରାପ୍ତ ଉପ ମହାପ୍ରବନ୍ଧକ ଡକ୍ଟର ରମେଶ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ସମାଜ ସେବି ତଥା ପତ୍ରକାର ଶ୍ରୀଯୁକ୍ତ ଚୈତନ୍ୟ ହନ୍ତାଳ, ଅତିଥି ଭାବେ ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସଦା ଶିବ ବାରିକ,ପିପୁଲ୍ସ ରାଇଟ୍ସ ଆସୋସିଏସନର ସଭାପତି ଶ୍ରୀ ଯୁକ୍ତ ତେଜେଶ୍ୱର ପାତ୍ର, ସମ୍ମାନିତ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ଡଃ ଅଶୋକ କୁମାର ମହାନ୍ତି, ଅବସର ପ୍ରାପ୍ତ ଶିକ୍ଷକ ଧନେଶ୍ୱର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଚୈତନ୍ୟ ପ୍ରସାଦ ନାୟକ,ଶିକ୍ଷକ ଶ୍ରୀ ଚନ୍ଦ୍ରକାନ୍ତ ନାୟକ, ବସନ୍ତ କୁମାର ବେହେରା, ସିମାଞ୍ଚଳ ବାରିକ, ଭ୍ରମରବର ସାହୁ, ରଘୁନାଥ ଗୁଣ୍ଠା ଗ୍ରାମର ପୁରାତନ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ ।

13
906 views