ନବ ନିର୍ମାଣ ଠିକା ଶ୍ରମିକ ସଂଘର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳନ, ଦାମନଯୋଡି,କୋରାପୁଟ, ଓଡିଶା,
ନବ ନିର୍ମାଣ ଠିକା ଶ୍ରମିକ ସଂଘର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ
ଦାମନଯୋଡି:-୧୫/୯(ନି:ପ୍ର)ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ ପ୍ରକଳ୍ପରେ କାର୍ଯ୍ୟରତ "ନବ ନିର୍ମାଣ ଠିକା ଶ୍ରମିକ ସଂଘ " ତା'ର ଚତୁର୍ଥ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି ।ନାଲକୋ କମ୍ଯୁନିଟି ସେଣ୍ଟର ସେକ୍ଟର ଦୁଇରେ ଭବ୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ସମାରୋହରେ ମୁଖ୍ଯ ଅତିଥି ମୁଖ୍ଯ ମହାପ୍ରବନ୍ଧ ସଂଜୟ କୁମାର ପଟ୍ଟନାୟକ ଯୋଗଦାନ କରିଥିଲେ ।ସଂଘର ସଭାପତି ସୁବାସ ଖରା,ସମେତ ନାରାୟଣ ଶତପଥୀ,ତପନ ବେନ୍ଯା,ପାର୍ବତୀ ଶ୍ରୀହରିଆ,ଲକ୍ଷ୍ମୀ ଗୁଣ୍ଠା ଓ ସମସ୍ତ ସଦସ୍ଯଗଣ ଉପସ୍ଥିତ ଥିଲେ ।ଠିକା ଶ୍ରମିକମାନଙ୍କର ବିଭିନ୍ନ ସୁବିଧା ପ୍ରାପ୍ଯ, ଲାଗିରହିଥିବା ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଆଲୋଚନା କରିବା ସହିତ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।ଉପଦେଷ୍ଟା ଚୈତନ୍ଯ ହନ୍ତାଳ, ନାଲକୋର ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଜର୍ଜ ତୁରୁଫ ସଂଯୋଜନା କରିଥିଲେ ।