logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ ଶୁଭାରମ୍ଭ

ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ ଶୁଭାରମ୍ଭ

ଭୁବନେଶ୍ୱର, ତା ୧୫/୦୯/୨୦୨୫ରିଖ

କୌଣସି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେ ନାହିଁ । ଏହି ଅଭିଯୋଗ ସମାଧାନ ମଡ୍ୟୁଲ ଯୋଜନାର ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ସମୟୋଚିତ ନିଷ୍ପତ୍ତିକୁ ସୁନିଶ୍ଚିତ କରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ ଶୁଭାରମ୍ଭ ଅବସରରେ ମତ ପ୍ରକାଶ କରିଛନ୍ତି । ରାଜ୍ୟରେ ସୁଭଦ୍ରା ଯୋଜନାରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବା ନିମନ୍ତେ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ “ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍” (Subhadra Grievance Module) ର ଶୁଭାରମ୍ଭ ହୋଇଯାଇଛି ।
ଏହି ମଡ୍ୟୁଲ୍ ମାଧ୍ୟମରେ ସୁଭଦ୍ରା ଆବେଦନକାରୀମାନଙ୍କ ଅଭିଯୋଗ ଯଥା – ଆବେଦନ ପ୍ରତ୍ୟାଖ୍ୟାନ, ସୁଭଦ୍ରା ସହାୟତା ନ ମିଳିବା – ଆଦି ବିଷୟରେ ଶୀଘ୍ର ତଦନ୍ତ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ।
ସୁଭଦ୍ରା ପୋର୍ଟାଲରେ ଅନଲାଇନ ମାଧ୍ୟମରେ କିମ୍ବା ବିଭିନ୍ନ ସରକାରୀ ସ୍ତରରେ ଅପଲାଇନ ମାଧ୍ୟମରେ ଆସିଥିବା ଅଭିଯୋଗଗୁଡିକ ପ୍ରଥମ ପର୍ଯ୍ୟାୟରେ block level Scrutiny committee(ବ୍ଲକ୍ ସ୍ତରୀୟ ସ୍କୃଟିନି କମିଟି) କିମ୍ବା urban level Scrutiny committee(ନଗର ସ୍ତରୀୟ ସ୍କୃଟିନି କମିଟି) ପାଖରେ ଦାଖଲ କରାଯିବ । ଆବଶ୍ୟକ ପଡିଲେ, କମିଟି ଅଭିଯୋଗ ପତ୍ରଗୁଡ଼ିକୁ କ୍ଷେତ୍ରସ୍ତରୀୟ ଯାଞ୍ଚ ପାଇଁ ପଠାଇବେ ।
କମିଟି ରିପୋର୍ଟ ଅବା କ୍ଷେତ୍ରସ୍ତରୀୟ ଯାଞ୍ଚ ରିପୋର୍ଟ ଉପରେ ଆଧାର କରି କମିଟି ଆବେଦନକାରୀଙ୍କ ଯୋଗ୍ୟତା ବିଷୟରେ ନିଷ୍ପତ୍ତି ନେବେ । ଏହା ପରେ କମିଟି, ଯାଞ୍ଚ ରିପୋର୍ଟ ସହ District level Scrutiny committee((ଜିଲ୍ଲା ସ୍ତରୀୟ ସ୍କୃଟିନି କମିଟି) କିମ୍ବା Municipal Corporation Level Scrutiny Committee (ନଗର ନିଗମ ସ୍ତରୀୟ ସ୍କୃଟିନି କମିଟି) ପାଖକୁ ପଠାଇବେ । ଜିଲ୍ଲା କିମ୍ବା ନଗର ନିଗମସ୍ତରରେ ଅନୁମୋଦନର ଶେଷ ନିଷ୍ପତ୍ତି ନିଆଯିବ । ହିତାଧିକାରୀମାନେ ସୁଭଦ୍ରା ୱେବ ପୋର୍ଟାଲରେ ସେମାନଙ୍କର ଅଭିଯୋଗର ସ୍ଥିତି ସମ୍ପର୍କରେ ସୂଚନା ପାଇପାରିବେ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା, ସୁଭଦ୍ରା ଯୋଜନାରେ 1,09,87,894 ଆବେଦନ ପଞ୍ଜୀକୃତ ହୋଇଛି ଏବଂ କୋଟିଏରୁ ଅଧିକ ମହିଳା ଏହି ଯୋଜନା ମାଧ୍ୟମରେ ଲାଭାନ୍ୱିତ ହୋଇସାରିଛନ୍ତି। ଏଯାବତ ସୁଭଦ୍ରା ପୋର୍ଟାଲରେ 2,83,264 ଅଭିଯୋଗ ବିଚାରାଧୀନ ଅଛି, ଯାହାର ସମାଧାନ ଅଭିଯୋଗ ସମାଧାନ ମଡ୍ୟୁଲ୍ (Subhadra Grievance Module) ମାଧ୍ୟମରେ ସମ୍ପନ୍ନ ହେବ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ମୋନିଷା ବାନାର୍ଜୀ, ଓକାକ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ରାଉତ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ କୃତ୍ତିବାସ ରାଉତ ଓ ବିଶିଷ୍ଟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

63
4264 views

Comment