
ସେମିଳିଗୁଡା ମହାବିଦ୍ୟାଳୟରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ, ସେମିଳିଗୁଡା,କୋରାପୁଟ, ଓଡିଶା,ତା୧୩/୯/୨୫(ଶନିବାର)
ସେମିଳିଗୁଡ଼ା ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ଆପଦ କାଳରେ ପ୍ରାଣ ବଞ୍ଚାଇବାର କଳା ହେଉଛି ପ୍ରାଥମିକ ଚିକିତ୍ସା । ଏହି ମହତ୍ତ୍ୱପୂର୍ଣ୍ଣ ବିଷୟକୁ ଲକ୍ଷ୍ୟ ରଖି ସେମିଲିଗୁଡ଼ା ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଉପଲକ୍ଷେ ଏକ ଶିକ୍ଷାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ନାଲକୋର ଡାକ୍ତର ମନୋଜ କୁମାର ନାୟକ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଯୁବ ରେଡ୍ କ୍ରସ୍ କାଉନସିଲର ଶିବାଶିଷ ପଟନାୟକ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅଧ୍ୟକ୍ଷ ଝାନ୍ସୀ ସିଂହଙ୍କ ଦ୍ୱାରା ହେନେରୀ ଡୁନାଣ୍ଟଙ୍କ ଚିତ୍ର ସମୁଖରେ ଦୀପପ୍ରଜ୍ୱଳନ କରିହୋଇଥିଲା। ଶେଖ ଇବ୍ରାହିମ ଜଳ ବାୟୁ ପରିବର୍ତନ ଉପରେ ଆଲୋକପାତ କରିଥିଲେ ।
ପ୍ରାଥମିକ ଚିକିତ୍ସା କେବଳ ଏକ କୌଶଳ ନୁହେଁ, ଏହା ଏକ ମାନବୀୟ ଦାୟିତ୍ୱ। ଆମର ଲକ୍ଷ୍ୟ ହେଉଛି ମହାବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀକୁ ଏହି ମୌଳିକ ଶିକ୍ଷାରେ ଶିକ୍ଷିତ କରାଇବା, ଯାହା ଦ୍ୱାରା ସେମାନେ କୌଣସି ଆପଦ ମୁହୂର୍ତ୍ତରେ ଆତ୍ମବିଶ୍ୱାସର ସହିତ ଆଗେଇ ଆସିପାରିବେ। ଏହି କାର୍ଯ୍ୟକ୍ରମରେ ଦେବରାଜ ନାୟକ,ନିରଞ୍ଜନ, ରନାଳୀ ନାୟକ, ରତ୍ନମଣି କହ୍ନର ,ଡିଗେସ୍ୱରୀ ଶିଖା, ଶ୍ରୀପତି ଗିରି, ଆଲୋକ ମହାନ୍ତି, ପୁର୍ଣିମା ଗିରି ,ସୁମିତ୍ରା ଗିରି ଇତ୍ୟାଦି ଯୋଗ ଦେଇଥିଲେ ।