logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନବରଙ୍ଗପୁରରେ ଭବ୍ୟ-ଶୌଚାଳୟ — ଜନସାଧାରଣଙ୍କୁ ଅଦୃଶ୍ୟ !

ନବରଙ୍ଗପୁର :ଜନସାଧାରଣଙ୍କ ପାଇଁ ୭,୩୭,୦୦୦ ଟଙ୍କାରେ ନିର୍ମିତ ହୋଇଥିବା ଏକ ଭବ୍ୟ ଶୌଚାଳୟ ଆଜି ପର୍ଯ୍ୟନ୍ତ ସହରବାସୀଙ୍କ ଦୃଷ୍ଟିଗୋଚର ହୋଇନାହିଁ।
ଆଶ୍ଚର୍ଯ୍ୟକର ଭାବେ ଏହି ଶୌଚାଳୟଟି ଜିଲ୍ଲା ଟ୍ରେଜେରି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଲୁକାୟତ ସ୍ଥାନରେ ନିର୍ମିତ ହୋଇଛି ଯାହା କେବେବି ସାଧାରଣଙ୍କ ପାଇଁ ଖୋଲାହୋଇନାହିଁ।

ସରକାରୀ ଦାବି ଅନୁସାରେ ଗୃହ ନିର୍ମାଣ ପାଇଁ ମାତ୍ର ୧,୫୦,୦୦୦ (ଏକ ଲକ୍ଷ୍ୟ ପଚାଶ ହଜାର) ଟଙ୍କାର ଅନୁଦାନ ଦିଆଯାଉଛି। କିନ୍ତୁ ଏକ ଶୌଚାଳୟ ପାଇଁ ୭,୫୦,୦୦୦ ଟଙ୍କା ଖର୍ଚ୍ଚ ହେବା, ସେହିପରି ଲୁକାୟତ ସ୍ଥାନରେ ରହିବା, ଏବଂ ସାଧାରଣଙ୍କୁ ଲାଭ ନ ଦେବା — ଏହାକୁ ନେଇ ପ୍ରଶ୍ନ ଉଠିଛି।

ସହରବାସୀଙ୍କ କହିବା ଅନୁସାରେ, ଯଦି ଏତେ ବଡ଼ ରାଶିରେ ସୁବିଧା ତିଆରି ହୋଇଛି ତାହା ସାର୍ବଜନୀନ ସ୍ଥାନରେ, ଲୋକଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍। କିନ୍ତୁ ଏହାର ବିପରୀତରେ, ଆଜି ପର୍ଯ୍ୟନ୍ତ ସାଧାରଣ ଲୋକ ଏହି ଶୌଚାଳୟର ସୁବିଧା ନେଇପାରିନାହାନ୍ତି।

ସମ୍ପୂର୍ଣ୍ଣ ବିଷୟକୁ ନେଇ ପ୍ରଶାସନର ମନମୁଖୀ କାର୍ଯ୍ୟପ୍ରଣାଳୀ ଓ ଅବହେଳା ଉଜାଗର ହେଉଛି।

82
1961 views

Comment