
ସାମ୍ବାଦିକ ଙ୍କ ପିତୃ ବିୟୋଗ
ଖୋର୍ଦ୍ଧା,୬/୯/୨୫ : ଖୋର୍ଦ୍ଧା ଜ଼ିଲ୍ଲା ଡିଆଁ ପଂଚାୟତ ବ୍ରାହ୍ମଣ ସାହି ବାସିନ୍ଦା ସାମ୍ବାଦିକ ବିଭୁତି ଭୂଷଣ ଦାଶ ଙ୍କ ପିତା ବିରଞ୍ଚି ନାରାୟଣ ଦାଶ (୮୬)ଙ୍କ ଆଜି ଅପରାହ୍ନ ରେ ବାର୍ଦ୍ଧକ୍ୟ ଜନିତ ପରଲୋକ ଘଟିଛି l ସେ ଜଣେ ଅତ୍ୟନ୍ତ ସରଳ ମିଷ୍ଟଭାଷୀ ସ୍ନେହ ବତ୍ସଳ ଲୋକ ଥିଲେ l ସେ ନିରାକାରପୁର ଅଂଚଳ ରେ ଜଣେ ଭଲ ମେକାନିକ ଭlବେ ପରିଚିତ ଥିବା ସଙ୍ଗେ ସଙ୍ଗେ ବୀର ଭାଇନା ନାମରେ ସମସ୍ତେ ଜାଣିଥିଲେ l ସେ ମଧ୍ୟ ଜଣେ ଭଲ ହାରମାନିୟମ ବାଦକ ଭବେ ଲୋକ ପ୍ରିୟ ହାସଲ କରିଥିଲେ l ନିରାକାରପୁର କଲେଜ ର ପ୍ରମୁଖ ବିନ୍ଧାଣି ତାଙ୍କ ପିତା ସ୍ବର୍ଗତ ଜୟକୃଷ୍ଣ ଦାଶ ଙ୍କୁ ମଧ୍ୟ କଲେଜ ନିର୍ମାଣ କାର୍ଯ୍ୟରେ ସହାୟତା କରିଥିଲେ l ତାଙ୍କ ପରଲୋକ ରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘ, ନିରାକାରପୁର ସାମ୍ବାଦିକ ସଙ୍ଘ, ନିରାକାରପୁର ବଣିକ ସଙ୍ଘ, ଅଂଚଳ ର ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି l ନିରାକାରପୁର ରାମ ଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ, ସାମ୍ବାଦିକ ଦୀପକ ପ୍ରଧାନ, ଡିଆ ସରପଞ୍ଚ ପ୍ରଶାନ୍ତ ବେହେରା ଙ୍କ ସମେତ ଅଂଚଳ ର ବହୁ ବୁଦ୍ଧିଜୀବୀ ତାଙ୍କ ବାସ ଭବନରେ ଅନ୍ତିମ ଦର୍ଶନ କରିଥିଲେ l ତାଙ୍କ ର ଅନ୍ତେଷ୍ଟିକ୍ରିୟା ପୁରୀ ସ୍ୱର୍ଗଦ୍ୱାର ରେ କରାଯାଇଥିବା ବେଳେ ବଡ଼ ପୁଅ ଅଶୋକ ଦାଶ ମୁଖାଗ୍ନି ଦେଇଥିଲେ, ସାନପୁଅ ବିଭୁତି ଭୂଷଣ ଦାଶ, ଗୋପବନ୍ଧୁ ସମାଜ ସେବା ସମ୍ପାଦକ ପ୍ରସାଦ ଦାସ ଓ ଦେବ ପ୍ରସାଦ ଦାଶ, ପ୍ରକାଶ ଦାଶ, ଡ଼ମ୍ବରୁଧର ଦାଶ, ଶ୍ୟାମ ସୁନ୍ଦର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l