logo

ବନ୍ଧୁକ ରେ କାକା ପୁଅ ମାରିଲା ବବା ପୁଅକୁ l ଆସାମୀ ଗିରଫ ବନ୍ଧୁକ ଜବତ ଲ

ଅନୁଗୋଳ (କରୁଣାକର ନାୟକ):- ୬/୯ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅଧୀନସ୍ଥ କମଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଘରର ପାରିବାରିକ କଳହ କୁ ସନ୍ଦେହ ରଖି ଆଜି ସକାଳ ୭ ଘଣ୍ଟିକା ସମୟରେ କାକା ପୁଅ କ୍ଷିରୋଦ ନାଏକ ପିତା ସଙ୍କୀର୍ତ୍ତନ ନାଏକ ବବା ପୁଅ ସୁରଭି ନାଏକ ପିତା ନିରଞ୍ଜନ ନାଏକ ଙ୍କୁ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ଗୁଳି କରି ମାରିଥିଲେ l ଘଟଣା ସ୍ଥଳରେ ଆହତ ଶୁରଭି ନାଏକ ଟଳିପଡ଼ି ଛଟ ପଟ ହୋଇ ରକ୍ତ ଯୁଡୁ ବୁଡୁ ହୋଇଯାଇଥିଲେ l ସଙ୍ଗେ ସଙ୍ଗେ ଆଠମଲ୍ଲିକ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରା ଯାଇଥିଲା l ସେଠାରେ ଅତି ଗୁରୁତର ହେବାରୁ କଟକ ଏସସିବି ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଗଲା l ବର୍ତମାନ ସୁରଭି ନାଏକ କଟକ ସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଆଠମଲ୍ଲିକ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା ଘଟଣା ସ୍ଥଳରେ ପହଞ୍ଚି ବ୍ୟବହୃତ ବନ୍ଧୁକ କୁ ଜବତ କରିବା ସହ ଆସାମୀ କ୍ଷିରୋଦ କୁମାର ନାଏକ ଙ୍କୁ ଗିରଫ କରି କେସ ନଂ ୨୪୦ ରେ ଏକ ମକଦ୍ଦମା ରୁଜୁ କରି ଆସାମୀ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି l

1
77 views