ପୁରୁଷୋତ୍ତମପୁର ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ଗୁରୁଦିବସ ପାଳନ !
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅନ୍ତରାଳେ ପାଠଚକ୍ର ର ଅବଧାରଣା ଅଦ୍ୟ ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ଏକ ନିରାଡ଼ମ୍ବର ପରିବେଶରେ ଗୁରୁ ପୂଜନ ସହିତ ବିଜ୍ଞାନ ପାଠଚକ୍ର ର ଆଲୋଚନା ହୋଇ ଯାଇଛି l ଏହି ଉତ୍ସବ ରେ ପୁରୁଷୋତ୍ତମପୁର ମହା ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡା. ସିମାଞ୍ଚଳ ପଟ୍ଟନାୟକ ମୁଖ୍ୟ ଅତିଥି ଓ ସହଧର୍ମିଣୀ ତଥା ପୂର୍ବତନ ଶିକ୍ଷା ବିଭାଗ ରିଡର ଡା. ଗାୟତ୍ରୀ ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଥିଲେ l ଜଣେ କର୍ତଵ୍ୟନିଷ୍ଠ ଶିକ୍ଷ୍ୟାବିତ ଆଜୀବିକା ସଚୋଟତ୍ତା ପ୍ରତିପାଦନ କରିଆସିଥିବା ସର୍ବ ମାନ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ସାର ଗୁରୁଦିବସ ଭଳି ଏକ ପବିତ୍ର ଦିନରେ କେବଳ ଗୁରୁପୂଜନ ରେ ସମୟ ଵ୍ୟୟିତ ନକରି ତାହାର ସଦୁପଯୋଗ ପାଇଁ ଏକ ପାଠ ଚକ୍ର ଆଲୋଚନା ପାଇଁ ନିର୍ଦେଶ ଦେଇଥିଲେ l ତେଣୁ ଉକ୍ତ ଅନୁଷ୍ଠାନର ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର ଶ୍ରୀମାନ କାର୍ତ୍ତିକେୟ ମହାନ୍ତି ଦୈନଦିନ ଜୀବନରେ ଆମ ପରିବେଶରେ, ଆଲୋକର ବିଛୁରଣ କିପରି ହୋଇ ଥାଏ, ତାହା ବର୍ଣ୍ଣନା କରିଥିଲେ l ଉକ୍ତ ତଥ୍ୟ ଉପରେ ଅଧ୍ୟକ୍ଷ ସାର ଛାତ୍ରଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଭାବରେ ବୁଝାଇଥିଲେ l ଏଥିରେ ଅନୁଷ୍ଠାନ ର ଗାଇଡି ଶିକ୍ଷକ ଇ. ସଚିନ ପାତ୍ର ଓ ସୁଶ୍ରୀ ସଂନ୍ଧ୍ୟା ରାଣୀ ପାଢ଼ୀ ପାଠ୍ୟଚକ୍ର ପ୍ରସ୍ତୁତିରେ ସମ୍ପୂର୍ଣ ସହାୟତା ପ୍ରଦାନ କରିଥିଲେ l ସେହିପରି ମୁଖ୍ୟ ବକ୍ତା ଭାବରେ ରିଡର ମ୍ୟାଡ଼ାମ ପ୍ରତ୍ୟେକେ ଜଣେ ଜଣେ ନିଜକୁ ଆଦର୍ଶ ଛାତ୍ର ଭାବରେ ଗଢି ତୋଳିବା ପାଇଁ ଯେଉଁ ସବୁ ମାନବୀୟ ମୂଲ୍ୟ ବୋଧ ଉପରେ ଗୁରୁତ୍ୱ ଆରୋପ କରିବାକୁ ହେବ ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ଶେଷରେ ଅନୁଷ୍ଠାନ ର ଉଦ୍ୟୋକ୍ତା ରାମଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତ ଛାତ୍ରଛାତ୍ରୀ ସାର ଓ ମ୍ୟାଡ଼ାମ ଙ୍କୁ ଉପଢୌକନ, ମାନପତ୍ର ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ବିଦାୟ ଦେଇଥିଲେ l ଶେଷରେ ସମସ୍ତ ଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ପୁଲିଆରୀ ଭୋଜନ କରି ବିଦାୟ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାରମ୍ଭିକ ଓ ଅନ୍ତିମ ସଙ୍ଗୀତ ପରିବେଷଣ କରିଥିଲେ ଶିବାନୀ ଭଉଣୀ ଓ ସାଥି ମାନେ ଏବଂ ବାଦ୍ୟ ଯନ୍ତ୍ର ସେ ସହାୟତା କରିଥିଲେ ସୁରେନ୍ଦ୍ର ଭାଇ ଓ ସାଥି l ଅନେକ ପୂର୍ବତନ ଛାତ୍ରଛାତ୍ରୀ ଙ୍କ ସହିତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହାୟତା ପ୍ରଦାନ କରିଥିଲେ l