logo

ଅନିରୁଦ୍ଧ ଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ।

ହାଟଡିହି ଗୁରୁଦିବସ ଅବସରରେ ହାଟଡିହି ଶିକ୍ଷା ବିଭାଗ ପକ୍ଷରୁ  ଅନିରୁଦ୍ଧ ସେଠୀ ଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ। ପ୍ରତି ବର୍ଷ ଶିକ୍ଷକ ମାନଙ୍କ ର ଉନ୍ନତ ମାନ  ଶିକ୍ଷା ପ୍ରଦାନ କରି ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କୁ ସ୍କୁଲ ମାଧ୍ୟମ ରେ ପିଲା ମାନଙ୍କ ପାଖରେ ପହଞ୍ଚାଇବା ଥିବାରୁ ଜିଲ୍ଲା ସ୍ତରରେ ଅନିରୁଧ ଚୟନ ହୋଇଥିଲେ। ତାଙ୍କୁ ଶୁକ୍ରବାର ଦିନ କେନ୍ଦୁଝର ଠାରେ ପାଳିତ ହେଉଥିବା ଗୁରୁଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ ମିଳିଥିବାରୁ ହାଟଡିହି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଅଧିକାରୀ ରାଜୀବ ଦଳେଇ ଶୁଭେଛା ଜଣାଇଛନ୍ତି। ତାହା ଛଡା ଅନିରୁଦ୍ଧ ସେଠୀ ହାଟଡିହି ପଞ୍ଚାୟତ ର ହୋଇଥିବାରୁ ସରପଞ୍ଚ ଚିନ୍ମୟ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜେପି ନେତା ଆଲୋକ ସେଠୀ ଙ୍କ ସହ ମରେଇଗାଁ ସରପଞ୍ଚ ମଧ୍ୟ  ଶୁଭେଛା ଜଣାଇ ଛନ୍ତି।

16
250 views